-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Jun-2021
ଟିଟିଲାଗଡ,(ପ୍ରେରଣା ଖବର): ଟିଟିଲାଗଡ ନିକଟସ୍ଥ ସଗାଡ଼ଘାଟ ଗ୍ରାମ ପଞ୍ଚାୟତର ଜଣେ ୧୫ ବର୍ଷୀୟା ନାବାଳିକା ସହ ଟିଟିଲାଗଡ ସହରର ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କ ବିବାହ ଟିଟିଲାଗଡ ସ୍ଥିତ ମହାବୀର ପଂଚାୟତ ଧର୍ମଶାଳାରେ ପୂର୍ବ ପ୍ରସ୍ତୁତି କ୍ରମେ ଆୟୋଜନ କରାଯାଇ ଥିଲା l ବଲାଙ୍ଗିର ଚାଇଲଡ଼ ଲାଇନ ଓ ବଲାଙ୍ଗୀର ସି ଡି ପି ଓ ମୁନମୟୀ ଭୋଇଙ୍କ କହିବାନୁଯାୟୀ ଉକ୍ତ ୧୫ବର୍ଷୀୟା ନାବାଳିକାଙ୍କ ସହ ୩୬ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ସହ ବିବାହ ନିମନ୍ତେ ବୈଦିକ ରୀତିରେ ସବୁ ଆୟୋଜନ କରାଯାଇଥିଲା । ଏପରିକି ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା । ଏ ନେଇ ସୂଚନା ପାଇ ବଲାଙ୍ଗୀର ଚାଇଲଡ଼ ଲାଇନ ସଦସ୍ୟ ସିବାନନ୍ଦ ବେହେରା, ସୁପରଭାଇଜର ଆଞ୍ଜୁଲତା ପାଢ଼ୀ ତଥା ସୁପ୍ରଭାଇଜର ଚଞ୍ଚଳ ରାଣା ଉକ୍ତ ସ୍ଥାନରେ ପହଞ୍ଚି ଥିଲେ । ଟିଟିଲାଗଡ ମହାବୀର ପଞ୍ଚାୟତ ଧର୍ମଶାଳାରେ ପହଞ୍ଚି ପୂର୍ବରୁ ଥିବା ଉଭୟ ପକ୍ଷଙ୍କୁ ବିବାହ ନ କରିବା ନେଇ ବୁଝେଇଥିଲେ । ହେଲେ ଉଭୟ ପକ୍ଷ ବିବାହ ଆୟୋଜନ କରାଯାଇଛି ଓ କରିବେ ବୋଲି ଜିଦ ଧରିଥିଲେ । ପରେ ବାଧ୍ୟ ହୋଇ ଚାଇଲଡ଼ ଲାଇନ ସଦସ୍ୟ ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବାରିହାଙ୍କୁ ଜଣାଇଥିଲେ । ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ନିର୍ଦେଶ କ୍ରମେ ଏସ ଆଇ ମୋହିନୀ ମଲ୍ଲିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ପହଞ୍ଚି ବିବାହ ବନ୍ଦ କରେଇବାରେ ସଫଳ ହୋଇଥିଲେ । ପୋଲିସ ଜଣେ ପୂଜକ ସମେତ ଅନ୍ୟ ଦୁଇ ପକ୍ଷର ଆୟୋଜକଙ୍କୁ ଥାନାକୁ ନେଇଯାଇଥିଲେ। ଥାନାରେ ଉକ୍ତ ନାବାଳିକା ର ୧୮ ବର୍ଷ ପୁରିଲେ ବିବାହ କରାଯିବା ନେଇ ଏକ ରାଜିନାମା ପତ୍ର ସ୍ବାକ୍ଷର କରାଯାଇଥିଲା ।