-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
10-Jun-2021
ସାଲେପୁର:(ଦୀପକ କୁମାର ଷଡଙ୍ଗୀ)
ଗତ କାଲି ରାତି ପ୍ରାୟ ଏଗାରଟା ସମୟରେ ସାଲେପୁର ଥାନା ଅନ୍ତର୍ଗତ ଶିଶୁଆ ବଜାର ରେ ଥିବା ସାବିତ୍ରୀ ଦେବୀ କଲେଜ ନିକଟରେ ଅଚିହ୍ନା ଯୁବକକୁ ଦେଖି ସ୍ଥାନୀୟ କଲ୍ୟାଣପୁର୍ ଗାଁର ଯୁବକ ଲକ୍ଷ୍ମଣ ଦତଙ୍କ ସନ୍ଦେହ ହୋଇଥିଲା। ଅଚିହ୍ନା ଯୁବକ ନିକଟକୁ ଯାଇ ସାହସିକତା ର ସହିତ କାବୁ କରିଥିଲେ ଲକ୍ଷ୍ମଣ। ଲକ୍ଷ୍ମଣଙ୍କ ଡାକ ଶୁଣି ଦୁଇ ଚାରି ଜଣ ଯୁବକ ସେଠି ପହଞ୍ଚି ତା ପାଖରୁ ତାଲା କାଟିବା କଟର ଓ ମୋବାଇଲ ଫୋନକୁ ଜବତ କରିଥିଲେ। ହେଲେ କୌଶଳକ୍ରମେ ଚୋର ଟି ଏମାନଙ୍କ କବଳରୁ ଖସି ଯାଇଥିଲା। ଘଟଣା ସ୍ଥଳ ରେ ସାଲେପୁର ଥାନା ଅଧିକାରୀ ଏମ୍ କେ ସେନାପତି ପହଞ୍ଚି ଚୋରି ଉଦ୍ୟମରେ ବ୍ୟବହୃତ କଟର ଓ ମୋବାଇଲ ଜବତ କରିଛନ୍ତି। ଲ କ୍ ଡା ଉ ନ ର ସୁଯୋଗ ନେଇ କିଛି ଚୋର ଙ୍କ ଶକ୍ରୀୟତା ବଢ଼ିଛି ବୋଲି ସ୍ଥାନୀୟ ଅଞ୍ଚଳ ରେ ଗୁଞ୍ଜରଣ ସୃଷ୍ଟି ହେଉଛି। ,ମୋବାଇଲ ଫୋନ କୁ ଟ୍ରାକ କରି ଅଭିଯୁକ୍ତ କୁ ଗିରଫ କରାକଲେ ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ସଫଳ ହୁଅନ୍ତା।