-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
10-Jun-2021
ଚୌଦ୍ଵାର: (ପ୍ରେରଣା ଖବର) ୫୫ ନମ୍ୱର ଜାତୀୟ ରାଜପଥ ସଂପ୍ରସାରଣ କରୁଥିବା ଠିକା ସଂସ୍ଥାର ଅସହଯୋଗୁ ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୭ ନମ୍ବର ୱାର୍ଡର ଧୂମାବତୀ ବିହାର ଓ ଶ୍ରୀସାଇ ବିହାରରେ ଅବସ୍ଥିତ ଶତାଧିକ ଘର ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି ।ଡ୍ରେନେଜ ବ୍ୟବସ୍ଥା ନକରି ଠିକା ସଂସ୍ଥା ରାସ୍ତା ଉଚ୍ଚା ସହିତ ଜଳ ନିଷ୍କାତିତ ପୋଲ ଟିକୁ ଭାଙ୍ଗି ଦେବା ଫଳରେ ବର୍ଷା ଓ ଇମ୍ଫା କମ୍ପାନୀ ର ବର୍ଜ୍ୟ ଜଳ ଅନେକ ଦିନ ପର୍ଯ୍ୟନ୍ତ ଜମିରହିବାରୁ ଉକ୍ତ ଅଞ୍ଚଳ ରେ ପୁତ୍ତିଗଂଧମୟ ପରିବେଶ ସୃଷ୍ଟି ହେଉଛି ।ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଠିକା ସଂସ୍ଥାର ଅଧିକାରୀଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଉଭୟ ସାହିର ବାସିନ୍ଦାଙ୍କ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ପୌର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିବା ସହ କଟକ ଡିସିପି ଓ ଚୌଦ୍ୱାର ଥାନା ଆଇଆଇସି ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।