-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
24-Oct-2020
କଳାହାଣ୍ଡି ର ଆରଧ୍ୟ ଦେବୀ ମାଁ ମାଣିକେଶ୍ୱରୀ ଙ୍କ ଆଜି ପ୍ରସିଦ୍ଦ ଛତର ଯାତ୍ରା । ମାଁ ଙ୍କ ପ୍ରତୀକ ଛତର ଅଷ୍ଟମୀ ମଧ୍ୟ ରାତ୍ର ରେ ନିଜ ମୁଳ ଆସ୍ଥାନ ମନ୍ଦିର ଠାରୁ ବାହାରୀ ଭବାନୀପାଟଣା ସହର ର ଉପକଣ୍ଠ ଜେନାଖାଲ କୁ ନିଆଯାଇଥିଲା । ଏବଂ ସନ୍ଦି ପୁଜା ପରେ ପରେ ଆଜି ନବମୀ ପ୍ରାତଃ ରୁ ମାଣିକେଶ୍ୱରୀ ମନ୍ଦିର କୁ ପ୍ରତ୍ୟାବର୍ତନ କରୁଛନ୍ତି ।
ମାଁ ମାଣିକେଶ୍ୱରୀ ଙ୍କ ଛତର ଯାତ୍ରା ରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ସମାଗମ ରେ ପାଳିତ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଥମ ଥର ବିନା ଭକ୍ତ ଙ୍କ ସମାଗମ ରେ ଛତର ଯାତ୍ରା ଅନୁଷ୍ଟିତ ହେଉଛି । ଏଥି ପାଇଁ ଭବାନୀପାଟଣା ସହର ରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ସହର ର ପ୍ରବେଶ କୁ କଟକଣା ଜାରୀ କରାଯାଇଛି । ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହର ରେ ମୁତୟନ କରାଯାଇଥିବା ବେଳେ ମାଁ ଙ୍କ ବିଜୟ ଛତର ବାହୁଡା ରାସ୍ତା କୁ ବେରିକେଟ ରେ ଭକ୍ତ ପାଇଁ ସିଲ କରି ଦିଆଯାଇଛି । ହେଲେ କରୋନା କଟକଣା ପାଇଁ ପ୍ରଶାସନ ନିଷ୍ପତି କୁ ମାନି ଭକ୍ତ କରୋନା ମୁକ୍ତି ପାଇଁ ମାଁ ଙ୍କ ଠାରେ ଗୁହାରୀ ଜଣାଇଛନ୍ତି
ଛତର ଯାତ୍ରା ରେ ଲକ୍ଷ ଲକ୍ଷ ଭକ୍ତ ସମାଗମ ତଥା ଢୋଲ ତାସା ନିଶାନ ର ତାଳେ ମାଁ ଙ୍କୁ ପାଛୋଟି ଆଣିବା ର ଦୃଶ୍ୟ ଦେଖିବାକୁ ଭବାନୀପାଟଣା ସହର ଲୋକାରଣ୍ୟ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା ଛତର ଯାତ୍ରା କୁ ଲୋକଶୁନ୍ୟ କରିଦେଇଛି ।