-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
05-Jun-2021
ସାଲେଭଟା,(ପ୍ରେରଣା ଖବର)- ବବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକର ସାଲେଭଟା ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଆଜିର ସୁନ୍ଦର ପରିବେଶ ଆସନ୍ତା କାଲିର ସୁନ୍ଦର ଜୀବନ, ବୃକ୍ଷହିଁ ଜୀବନ, ପରିବେଶର ସୁରକ୍ଷାକରିବା ଓ ପୃଥିବୀ କୁ ବଂଚାଇବା ଏହି ସର୍ନ୍ଧଭକୁ ନେଇ, ଏକ ପରିବେଶ ସଚେତନତା ଓ ବୃକ୍ଷରୋପଣ କାର୍କ୍ଷ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଇକୋ କ୍ଳବ ତଥା ଜୁନିଅର ରେଡକ୍ରସ ୟୁନିଟ ଦ୍ୱାରା ଅନୁଷ୍ଠିତ କାର୍କ୍ଷ୍ୟକ୍ରମରେ ସାଲେଭଟା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଜୁନିଅର ରେଡକ୍ରସର ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ ଅଧ୍ୟକ୍ଷତା କରିଥିବା
ବେଳେ ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ରୁଦ୍ରକାନ୍ତ ମେହେର ,ଆଗଲପୁର ବ୍ଳକ ପ୍ରମେୟ ପ୍ରତିନିଧି ତଥା ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ କୋଷାଧକ୍ଷ ବିରାଜ ନନ୍ଦ ପାଢ଼ୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ସାମ୍ପ୍ରତିକ ଜଳବାୟୁ ପରିବର୍ତନ ପରିପ୍ରେକ୍ଷିରେ ବୃଥିବୀକୁ ବଂଚାଇ ରଖିବାପାଇଁ ବ୍ୟାପକ ମାତ୍ରାରେ ବୃକ୍ଷରୋପଣର ଆବଶ୍ୟକତା ରହିଛି । ଏଥି ସହ ଜଙ୍ଗଲ ସୁରକ୍ଷା ନିମନ୍ତେ
ନିଜସ୍ୱ ଉଦ୍ୟମରେ କାର୍ଯ୍ୟକରିବାକୁ ଶପଥଗ୍ରହଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରେପଣ କରାଯାଇଥିଲା । ଆଗାମୀ ଦିନରେ ବ୍ୟାପକ ମାତ୍ରାରେ ଗଛ ଲଗାଇବା ସହ ଏହାର ସୁରକ୍ଷା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ମତ ପ୍ରକାଶ ପାଇଛି । ଏଥିରେ ହରଭଙ୍ଗା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ସାହୁ, ସାଲେଭଟା ସ୍କୁଲର ଶିକ୍ଷୟତ୍ରୀ କୁନ୍ତୀ ପଧାନ, ଅଳକା ପଣ୍ଡା,ଅଙ୍ଗନୱାଡି କର୍ମୀ ବିନୟା ସାହୁ,ଲିଲି ରଣା,କୁନ୍ତୀ ମଟାରୀ , ରାହୀ ମଟାରୀ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।