-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
05-Jun-2021
କଣ୍ଟାମାଳ (ଅକୃର ସାହୁ): ଳକ୍ ଡାଉନ ସମୟରେ ମାନସିକ ବିକୃତ (ମାଇଣ୍ଡ୍ କ୍ରେକ୍) ହୋଇ ବୁଲୁଥିବା ଲୋକଙ୍କ ଅବସ୍ଥା ଗୁରୁତର ହେବାକୁ ଯାଉଛି । ଏମାନଙ୍କ ପାଇଁ କୋଣସି ସରକାରୀ ଯୋଜନା ନାହିଁ କି ଏମାନଙ୍କର କେହି ସାହା ଭରସା ନାହିଁ l ମାଗି ମାଗି ନିଜର ଭୋକ ମେଣ୍ଟାଉ ଥିଲେ ଏମାନେ । ଳକ୍ ଡାଉନ ସମୟରେ ସମସ୍ତ ହଟେଳ ଓ ଦୋକାନ ବଜାର ବନ୍ଦ ହୋଇ ଯାଇଥିବାରୁ ଏପରି ଲୋକ ମାନେ ବର୍ତମାନ ଭୋକ ବିକଳରେ ଆର୍ବଜନା କୁଣ୍ଡରୁ ଅଣ୍ଡାଳି ଅଣ୍ଡାଳି ଖାଉଥିବାର ଅଭାବନୀୟ ଦ୍ରୁଶ୍ୟ ଦେଖିବାକୁ ମିଳିଛି ।କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରାତ୍ର 10 ଘଣ୍ଟା ସମୟରେ ଗୋଟିଏ ପାଗଳ ଭୋକ ବିକଳରେ ଆର୍ବଜନା କୁଣ୍ଡରୁ ଖାଦ୍ୟ ସଗ୍ରହ କରି ଖାଉଥିବା ଦ୍ରୁଶ୍ୟ ସମସ୍ତଙ୍କୁ ଭାବବିହ୍ବଳ କରିଦେଇଥିଲା l