-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
04-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା କୃଷି ସେବା ସମବାୟ ସମିତିରେ ଗତ 17 ତାରିଖରୁ ଚଳିତ ରବି ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି I ଆରମ୍ଭ ଦିନରୁ ଏଠାରେ ଚାଷୀମାନେ ଧାନ ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I କିଛି ଚାଷୀଙ୍କ ଟୋକେନ ଆସୁ ନ ଥିବା ବେଳେ ଯାହାର ଟୋକେନ ଆସିଛି ସେ ଚାଷୀ ମଧ୍ୟ ଧାନ ବିକ୍ରି କରିବା ଆଗରୁ ଟୋକେନ ଲେପ୍ସ ହୋଇଯାଉଥିବା ଅଭିଯୋଗ ହୋଇଛି Iଏପରିକି ଶହ ଶହ ବସ୍ତା ଧାନ ମଣ୍ଡିରେ ପଡି ରହିଥିବା ବେଳେ ଚାଷୀମାନେ ଦିନ ଦିନ ଧରି ନିଜର ଉତ୍ପାଦିତ ସଶ୍ୟକୁ ଜଗି ରହିଛନ୍ତି I ଏହି ସବୁ ସମସ୍ୟା ପାଇଁ ଚାଷୀ ସ୍ଥାନୀୟ ପେକ୍ସ ଠାରୁ ଆରମ୍ଭ କରି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପାଖରେ ଅଭିଯୋଗ କରି ନିରାଶ ହେବା ପରେ ଆଜି ବାଧ୍ୟ ହୋଇ ପେକ୍ସରେ ତାଲା
ମାରିଛି l ସରକାର ଟୋକେନର ଅବଧି 12 ଦିନ କରିଥିବା ବେଳେ ପେକ୍ସ ତଥା ମିଲର୍ସମାନଙ୍କ ଅସହଯୋଗ ଯୋଗୁଁ ଅବଧି ଭିତରେ ବିକ୍ରି କରି ପାରୁ ନାହିଁ , ସରକାର ଟୋକେନର ଅବଧି ବଢାଇବା ସହିତ ଟୋକେନ ପାଇ ନ ଥିବା ଚାଷୀକୁ ଟୋକେନ ଦେବା ପାଇଁ ଦାବି କରିଛନ୍ତି I ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି l
: