-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
23-Oct-2020
ବଲାଙ୍ଗିର,୨୩ା୧୦ -(ସନ୍ତୋଷ ଠାକୁର)- ବଲାଙ୍ଗୀର ମହିଳା ମହାବିଦ୍ୟାଳୟର ଛାତ୍ରୀ ଅଦ୍ୱୈତା ରାଣୀ ବେଦବାକ ଚଳିତ ବର୍ଷ ଯୁକ୍ତ ୩ ଡିଗ୍ରୀ ପାଠ୍ୟକ୍ରମରେ ଇଂରାଜୀ ସମ୍ମାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଏହି ସଫଳତା ପାଇବାରେ ସେ ମହିଳା ମହାବିଦ୍ୟାଳୟର ପ୍ରଥମ ଛାତ୍ରୀ । ଅଦ୍ୱୈତା ୭.୮୪ ପ୍ରତିଶତ ସିଜିପିଏ ରଖି ଏହି ସଫଳତା ପାଇଛନ୍ତି । ବଲାଙ୍ଗୀର ପବ୍ଲକି ସ୍କୁଲର ମାଟ୍ରିକ ଓ ଯୁକ୍ତ ଦୁଇ ପାସ କରିବା ପରେ ଅଦ୍ୱୈତା ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ ରେ ଇଂରାଜୀ ସମ୍ମାନରେ ନାମ ଲେଖାଇଥିଲେ । ଇଂରାଜୀରେ ସ୍ନାତକୋତ୍ତର କରିବା ପାଇଁ ସେ ପ୍ରବେଶିକା ପରୀକ୍ଷା ଦେଇଥିବା କହିଛନ୍ତି । ତେବେ ଭବିଷ୍ୟତରେ ସେ ଜଣେ ଅଧ୍ୟାପିକା ହେବା ସଙ୍ଗେ ଶିକ୍ଷାର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି । ଅଦ୍ୱୈତା କଂସାରୀପଡା ନିବାସୀ ଆଲୋକ ରଂଜନ ବେଦବାକ ଓ ସରୋଜିନୀ ବେଦବାକଙ୍କ ଝିଅ ଅଟନ୍ତି । ଅଦ୍ୱୈତାଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି । ନିଜ ସଫଳତା ପାଇଁ ଅଦ୍ୱୈତା ତାଙ୍କ ପରିବାର ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଶ୍ରେୟ ଦେଇଛନ୍ତି ।