-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
03-Jun-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) :କରୋନା ଯୋଗୁଁ ସବୁଠି ତାଲାବନ୍ଦ ଥିବା ସତ୍ତ୍ବେ ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମର ମାଝିପଡା ଠାରେ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଘର ଘର ବୁଲି କରୋନା ସଚେତନତା କରିଥିଲେ।ଏହି ଅବସରରେ ଶ୍ରୀ ଦାଶ ଲୋକମାନଙ୍କୁ ବିଶେଷ କରି ମାଆମାନଙ୍କୁ ପରିଷ୍କାର ପରିଛ୍ଛନତା ରହିବା,ବାରମ୍ବାର ସାବୁନରେ ହାତ ଧୋଇଵା, ମାସ୍କ ପରିଧାନ କରିବା,ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ।ଶ୍ରୀ ଦାଶ ସମସ୍ତଙ୍କୁ ମାସ୍କ ଦେଇଥିଲେ ଏବଂ ଅଙ୍ଗନବାଡ଼ି ଖ କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ ଶିଶୁ ମାନଙ୍କୁ ମାସିକ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଈନ୍ଦୁମତି ମାଝୀ, ଥମିର ଛତ୍ରିଆ ସହଯୋଗ କରିଥିଲେ।