-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
03-Jun-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକରେ ଏକ ଅଭୟାଭନୀୟ ଘଟଣାଟି ଘଟିଛି l ଘଟଣାଟି ହେଲା ଏକ ବିବାହିତା ମହିଳା ମିନାକ୍ଷୀ (19)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି l ଏନେଇ ମିନାକ୍ଷୀଙ୍କ ବାପଘର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି l ପୋଲିସ ସୂତ୍ରରୁ ପ୍ରକାଶ ଯେ, ଲୋଇସିଂହା ସେମେଲମୁଣ୍ଡା ଗାଁ ନାରାୟଣ ବେହେରାଙ୍କ ଝିଅ ମିନାକ୍ଷୀ ଓ ସକମା ଗାଁର କିଶୋର ନାମକ ଯୁବକଙ୍କ ସହ ପ୍ରେମ ବିବାହ ହୋଇଥିଲା କିନ୍ତୁ ଉଭୟ ପରିବାରର ଘରେଲୋକେ ବିବାହରେ ସହମତି ନ ଥିଲେ l ପରେ ଉଭୟେ ଲୋଇସିଂହା ଆସି ମଣ୍ଟୁ କଲୋନୀରେ ଭଡାଘରେ ରହୁଥିଲେ l ବୁଧବାର ସକାଳୁ ଆସି କିଶୋର ସ୍ତ୍ରୀ ଆତ୍ମହତ୍ୟା କରିଥିବା ଖବର ଲୋଇସିଂହା ଥାନାରେ ଅଭିଯୋଗ କରିଥିଲେ l ପୋଲିସର ଏକ ସାଇଣ୍ଟିଫିକ ଦଳ ଘଟଣା ସ୍ଥାନକୁ ପହଂଚିଵା ସହ ଏକ ସୁସାଇଡ ନୋଟ ପୋଲିସ ପାଇଛି l ଥାନାଧିକାରୀ ଅମୃତ ପଣ୍ଡା, ଇନ୍ସପେକ୍ଟର ରମାକାନ୍ତ ଜେନା ତଦନ୍ତ କରି ମିନାକ୍ଷୀଙ୍କ ସ୍ୱାମୀ କିଶୋରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି l କେସ ନ.148/21 ଏକ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ ଲାଗି ପଠାଯାଇଛି l ଘଟଣାର ସତ୍ୟତା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ l