-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
03-Jun-2021
ବିନିକା, ସୁବର୍ଣ୍ଣପୁର (ହିମାଂଶୁ ଶେଖର ପୁଟେଲ) :ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ସ୍ବେଛାସେବୀ ଅନୁଷ୍ଠାନ ଏକସନଏଡ଼ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ଗ୍ରାମ୍ୟଞ୍ଚଳ ରେ ସାମ୍ପ୍ରତିକ କରୋନା ସଂକ୍ରମଣ କୁ ପ୍ରତିହତ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ବ୍ଲକ ରେ କୋଭିଡ ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି। ଆଜି ବିନିକା ବ୍ଲକ ଓ NAC ପାଇଁ କରୋନା ସଚେତନତା ରଥ ଶୁଭରମ୍ବ ହୋଇଛି l ଏହି ସଚେତନତା ରଥ ବିନିକା ବ୍ଲକ ଓ NAC ର ବିଭିନ୍ନ ଗ୍ରାମ ପରିକ୍ରମା କରି ଜନସାଧାରଣ ଙ୍କୁ ସରକାରଙ୍କ କୋଭିଡ ମାର୍ଗଦର୍ଶିକାର ଅନୁପାଳନ ତଥା କୋଭିଡ ସମ୍ୱନ୍ଧୀୟ ସଚେତନତା କରିବ l ଏହି ଅଭିଯାନ ରଥ କୁ ବିନିକା ର ସ୍ବେଛାସେବୀ ଅନୁଷ୍ଠାନ H2O (ହେଲ୍ପ ଟୁ ଅଦରସ) ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିନିକା ଅଞ୍ଚଳରେ ସଚେତନତା ଅଭିଯାନ କରୁଥିବା ବେଳେ
ବିନିକା ତହସିଲଦାର ଅଲେଖ ଘୁଟା, BDO ବ୍ୟାସଦେବ ବେହେରା, incharge EO ନିରଞ୍ଜନ ନାଏକ , ଏକ୍ସନଏଡ଼ କାର୍ଯ୍ୟକ୍ରମ ସଂଯୋଜକ ଘାସିରାମ ପଣ୍ଡା, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ମେହେର ଉପସ୍ଥିତି ରେ ସବୁଜ ପତାକା ହଲାଇ ଶୁଭରମ୍ଭ କରିଥିଲେ।
ବିଭିନ୍ନ ବ୍ଲକ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ କାମ କରୁଛନ୍ତି।
ଏହା ଜିଲ୍ଲାରେ କରୋନା ସଂକ୍ରମଣ କୁ ରୋକିବାରେ ସହାୟ ହେବବୋଲି ଅଧିକାରୀ ମାନେ କହିଛନ୍ତି।