-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
02-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ) :ମହାମାରୀ କରୋନା ଯୋଗୁଁ ଆଖିରେ ନିଦ ନାହିଁ, ଲୋକେ ଯଦି ସଚେତନ ହେବେ କରୋନା ଛୁଇଁ ପାରିବ ନାହିଁ l ତେବେ ଯାଇ ଆମେ କରୁଥିବା ପରିଶ୍ରମ ଆମ ପାଇଁ ମହତ କାର୍ଯ୍ୟ ହେବ ବୋଲି ବିନିକା ବ୍ଲକ ଫୁଲମୁଠି ଗ୍ରାମରେ ଘରଘର ବୁଲି ସଚେତନ କରୁଥିବା ଅଙ୍ଗନୱାଡ଼ି ମିଳି ମିଶ୍ର, କଳ୍ପନା ପୂଜାରୀ, ଜଗଦମ୍ବା କଳତା, ଆଶା କର୍ମୀ ସବିତା ସାହୁ ପ୍ରମୁଖ କହିଛନ୍ତି l ଗତ ୩ ଦିନ ହେଲା ଫୁଲ ମୁଠି ମୁଣ୍ଡାପଡା, ମହୁଲଟିକ୍ରା, ପୂଜାରୀ ଶାହାଜବାହାଲ ଏବଂ ଫୁଲମୁଠି ଗ୍ରାମର ସବୁ ପଡାକୁ ବୁଲି ଲୋକଙ୍କୁ ଘରୁ ବାହାରିବା ମାତ୍ରେ ମୁଁହରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ, ଘରକୁ ଫେରିବା ପରେ ପିନ୍ଧିଥିବା କପଡାକୁ ପାଣିରେ ଧୋଇବା, ହାତକୁ ୨୦ ସେକେଣ୍ଡ ଧରି ସାବୁନରେ ସଫା କରିବା ଆଦି କୋଭିଡ଼ ନିୟମ ସମ୍ପର୍କରେ ଲୋକଙ୍କୁ ବୁଝା ଯାଇଥିଲା l ସାମାନ୍ୟ ଥଣ୍ଡା, ଖାସ, ଜର ସର୍ଦ୍ଦି ହେଲେ ଡାକ୍ତରଖାନାକୁ ଯାଇ ଟେଷ୍ଟ କରିବା ଆଦି କୋଭିଡ ନିୟମ ବିଷୟରେ ଟିକିନିଖି ଭାବରେ ବୁଝାଇ ଲୋକଙ୍କୁ ସଚେତନ କରିଛନ୍ତି ଅଙ୍ଗନୱାଡି କର୍ମୀ ମାନେ l