-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
31-May-2021
ବିନିକା (ହିମାଂଶୁ ଶେଖର ପୁଟେଲ) :କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଏକ ସପ୍ତାହରୁ ଉର୍ଦ୍ଧ ଦିନ ହେବ ସୁବର୍ଣ୍ଣପୁର ଜିଲ୍ଲା କୋଭିଡ ହସ୍ପିଟାଲ ରେ ଚିକିତ୍ସାଧୀନ ବିନିକା ବ୍ଲକ ବାଉଁସୁଣି ଗ୍ରାମର ମହିଳା ବୃଦ୍ଧା କିଆଫୁଲ ଡିଶ୍ରୀ (୬୫)ଙ୍କ ମୃତ୍ୟୁ ହେବାପରେ ଆଜି ସକାଳ ପ୍ରାୟ ୧୦ଘଣ୍ଟାରେ ବିନିକା ପାପକ୍ଷୟ ନିକଟ କୋଭିଡ ଶ୍ଵସାନ ଘାଟରେ ତାଙ୍କ ସଂପର୍କୀୟଙ୍କ ସହ ପ୍ରଶାସନ ପକ୍ଷରୁ ନିୟୋଜିତ କର୍ମଚାରୀ ମାନେ ପିପିକିଟ ପିନ୍ଧି ଶବ ସଂସ୍କାର କରିଥିଲେ l ଏହି ଅବସରରେ ବିଡ଼ିଓ ବ୍ୟାସଦେବ ବେହେରା,ତହସିଲଦାର ଅଲେଖ ଘୂଟା,ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଦାସ, ପୋଲିସ ଷ୍ଟାଫ, ଏନଏସି କର୍ମଚାରୀ ସନ୍ତୋଷ କୁମାର ବନଛୋର,ରାମ ଗୋପାଳ ବାଘ ପ୍ରମୁଖ ଉପସ୍ଥିତ ଥିଲେ l ସୂଚନା ଥାଉକି ପ୍ରଥମେ କିଆଫୁଲ କୁ କରୋନା ଲକ୍ଷଣ ଦେଖାଦେବା ପରେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ l ଟେଷ୍ଟ ପରେ ରିପୋର୍ଟ ପୋଜେଟି ଭ ଆସିଥିଲା l ଦିନକୁ ଦିନ ସ୍ବାସ୍ଥ୍ୟ ରେ ଅବନତି ଘଟିବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ତାଙ୍କ ମୃତ୍ୟୁ ପରେ ବାଉଁଶୁନି ଅଞ୍ଚଳ ବାସୀଙ୍କ ଠାରେ ଭୟର ବାତାବରଣ ଖେଳିଯାଇଛି l