-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
31-May-2021
କଣ୍ଟାବାଞ୍ଜି ( ଆନନ୍ଦ ମୋଟେ ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଶାଖିର ତାଣ୍ଡବ ଦେଖିିବାକୁ ମିଲିଛି । ପ୍ରାୟ ଦିନ ୧.୩୦ ରେ ହଠାତ ଜୋରରେ ପବନ ବହିଥିଲା । ପବନର ବେଗ ଏତେ ଥିଲା ଯେ ଗଛ, ବିଦ୍ୟୁତ ଖୁଣ୍ଟ ସବୁ ଉପୁଡିଯାଇଥିଲା । ବଙ୍ଗୋମୂଣ୍ଡା ପୁରୁଣା ମଦ ଭାଟି ଥିବା ରାସ୍ତା ଉପରେ ଏକ ବଡ ଗଛ ପବନରେ ପଡିଯାଇଥିବା ଯୋଗୁ ବଙ୍ଗୋମୁଣ୍ଡା ରୁ କଂଟାବାଞ୍ଜି ରାସ୍ତା ୪୨ ନମ୍ବର ରାଜ୍ୟ ରାଜପଥ ରାସ୍ତା ବନ୍ଦ ହୋଇଯାଇଥିଲା । ଜୋର ପବନ ବହିବା ସହ ବର୍ଷା ହେବା ଯୋଗୁ ଅନେକ ଲୋକଙ୍କ ଘରକୁ ବର୍ଷା ପାଣି ପସିଥିବା ମଧ୍ୟ ଦେଖାଯାଇଛି । ଅନେକ ଲୋକଙ୍କ ଘର ଉପରେ ମଧ୍ୟ ଗଛ ପଡିଥିବା ଦେଖାଯାଇଥିଲା । ବଙ୍ଗୋମୂଣ୍ଡା ଦମକଳ କର୍ମଚାରି ପହଂଚି ରାସ୍ତା ଉପରେ ଗଛ ହଟେଇବା ଥିଲେ ।