-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
31-May-2021
ବଲାଙ୍ଗିର,(ପ୍ରେରଣା ଖବର)- ଗ୍ରାମାଞ୍ଚଳ କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଥିବାରୁ ବଲାଙ୍ଗୀର ରେଡକ୍ରସ ସୋସାଇଟି ତରଫରୁ ସ୍ଥାନୀୟ ଗୋଷ୍ଠୀ ସହଭାଗୀତାରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଲୋଇସିଂହା କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାନ୍ୟବର ମାଜିଷ୍ଟ୍ରେଟ୍ ମାନସ ରଞ୍ଜନ ପଧାନ ଯୋଗଦେଇ କରୋନାକୁ ପ୍ରତିହିତ କରିବା ପାଇଁ ବର୍ତ୍ତମାନ ସରକାରଙ୍କ ଦ୍ୱାରା ଘୋଷିତ କୋଭିଡ ଗାଇଡଲାଇନକୁ
ଜନସାଧାରଣ ସ୍ୱତଃପ୍ରବୃତ ଭାବରେ ପାଳନ କରିବା ପାଇଁ ମତବ୍ୟକ୍ତ କରିଥଲେ । ଅନ୍ୟାନ୍ୟ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ଓଡିଶା ରାଜ୍ୟ ରେଡକ୍ରସ ଶାଖା ଜୁନିଅର ରେଡକ୍ରସ ଅଫିସର ଧର୍ମ ସିଂ ମିଶ, ଯୁବ ସମାଜସେବୀ ସୁଶାନ୍ତ ବାରିକ ଯୋଗ ଦେଇଥିଲେ । ଲୋଇସିଂହା ଦେୱାନୀ ଓ ଫୌଜଦାରୀ ଅଦାଲତ ପରିସରରୁ ମାନ୍ୟବର ମାଜିଷ୍ର୍ଟ୍ରେଟ ମାସ୍କ ବଂଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କଲା ପରେ ରେଡକ୍ରସ ସ୍ୱେଚ୍ଛାସେବୀମାନେ ପଦଯାତ୍ରା ମାଧ୍ୟମରେ ଲୋଇସିଂହା ବସଷ୍ଟାଣ୍ଡ, ଡାକ୍ତଖାନା ଛକ, ରେଲୱେ ଷ୍ଟେସନ ଛକ, ବୁର୍ଡା ଛକ, ରୁଗୁଡିଖାଲ ଛକ, ଗୁରଜୀଭଟା ଗ୍ରାମରେ ସ୍ଥାନୀୟ ଗୋଷ୍ଠୀର ସହଭାଗୀତାରେ ଡାକବାଜି ଯନ୍ତ୍ର ଓ ଡ୍ରମ ବଜାଇ କରୋନା ସଚେତନତା ବାର୍ତ୍ତା ଗ୍ରାମାବାସୀଙ୍କୁ ପ୍ରଦାନ କରିଥିଲେ । ଉପଯୁକ୍ତ ଭାବେ ମାସ୍କ ପରିଧାନ କରିବା, ବାରମ୍ବାର ହାତକୁ ଧୋଇବା, ଯୋଗ୍ୟ ବ୍ୟକ୍ତିିମାନେ ଯଥା ସମୟରେ କରୋନା ଟୀକା ନେବା, ସାମାଜିକ ଦୂରତା ପାଳନ କରିବା , ଆବଶ୍ୟକ ନ ଥିଲେ ଘରୁ ବାହାରିବା ନାହିଁ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସଂପାଦକ ରୀନା
କୁମାରୀ ନାଏକଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନ କାର୍ଯ୍ୟକ୍ରମରେ ରେଡକ୍ରସ ସ୍ୱେଚ୍ଛାସେବୀ ଭାବରେ ରାମ ନାରାୟଣ ଦାଶ, ରବିଚନ୍ଦ୍ର ପଶାୟତ, ଦୂର୍ଯ୍ୟୋଧନ ପଶାୟତ, ଚନ୍ଦ୍ର ଶେଖର ସେଠ, ମୀନକେତନ ଡାଙ୍ଗ, ଗୋପେଶ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ସଂପାଦନ କରିଥିଲେ । ଲୋଇସିଂହା କୋର୍ଟର କାର୍ଯ୍ୟରତ କର୍ମଚାରୀ ଈଶ୍ୱର ମେହେର, ବିବୁଲ ମାହାକୁର, ରଞ୍ଜିତ ସାଗର, ସୋମ୍ୟ ରଂଜନ ମିଶ୍ର, ପ୍ରକାଶ ଥନାପତ ତଥା ବିଭିନ୍ନ ଗ୍ରାମରେ ବ୍ୟକ୍ତିବିଶେଷ ମାନେ କାର୍ଯ୍ୟକ୍ରମେରେ ସହ ଯୋଗ କରିଥିଲେ ।