-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
30-May-2021
ଲୋଇସିଂହା, (ବିନୋଦ କୁମାର ଦୀପ): ନରେନ୍ଦ୍ର ମୋଦୀ ସରକାରଙ୍କ ଶାସନର ସାତ ବର୍ଷ ପୂର୍ତ୍ତି ଅବସରରେ, ଆଜି ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତରେ ଲୋଇସିଂହା ବ୍ଲକ କୁଶୁମେଲ ମଣ୍ଡଳ କୁଶୁମେଲ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ 20 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଏହି ଶିବିରରେ ମଣ୍ଡଳ ସଭାପତି କିଶୋର ପଟେଲ, ଯୁବାମୋର୍ଚାର ଅମରଜିତ ପଟେଲ, ଉମେଶ ପଟେଲ, ସତ୍ୟ ସେଠ୍, ଜିତୁ ସାହୁ, ଜ୍ୟୋତି ରାଉତ, ଲକ୍ଷ୍ମଣ ପାତ୍ର, ରଙ୍କ ପଣ୍ଡା, ମଣ୍ଟୁ ସାହୁ, ପ୍ରଫୁଲ୍ଲ ମିଶ୍ର,ମଣ୍ଟୁ ମେହେର, ସୁରେଶ ମହାଲିଙ୍ଗ, ଜମିଦାର ପାତ୍ରଙ୍କ ସମେତ ବହୁ ବିଜେପି କର୍ମୀ ସହଯୋଗ କରିଥିଲେ l କୁଶୁମେଲ ଗ୍ରାମର ଏକାଧିକ ମହିଳା ସଂଗଠନ ଏହି ରକ୍ତଦାନ ଶିବିରରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।