-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
30-May-2021
କଣ୍ଟାବାଞ୍ଜି, (ଆନନ୍ଦ ମୋଟେ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମାରୱାଡି ୟୁବା ମଂଚ ବିକାଶ ଶାଖା ପକ୍ଷରୁ କ୍ୟାନ୍ସର ରୋଗ ଏବଂ ତାର ନିରାକରଣ ନେଇ ଭର୍ଚୁଆଲ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଚ.ସି.ଜି ପଣ୍ଡା କ୍ୟାନ୍ସର ହସ୍ପିଟାଲଙ୍କ ସହଯୋଗରେ ଏହି ଆଲୋଚନା ଚକ୍ର ହୋଇଥିଲା । ଏଥିରେ ସୁନାମ୍ୟ ଧନ୍ୟ ଡାକ୍ତର ନିତିଶ ରଂଜନ ଆଚାର୍ଯ୍ୟ ଯୋଗ ଦେଇ କ୍ୟାନ୍ସର ରୋଗର କାରଣ ଏବଂ ତାର ନିରାକରଣ ପାଇଁ ଉପସ୍ଥିତ ଥିବା ସଦସ୍ୟ ମାନଙ୍କୁ ସଚେତନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ନରେଶ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସଂପାଦକ ଭୱନ୍ତ ଅଗ୍ରୱାଲ, ରାଜ୍ୟ କାର୍ଯ୍ୟାଳୟ ଉପସଭାପତି ପ୍ରଣବ ଗୋୟଲ ଯୋଗ ଦେଇଥିଲେ । ବିକାଶ ଶାଖା ସଭାପତି ଅର୍ପଣ ଜୈନ, ସଂପାଦକ ପିୟୁସ ଜୈନ, ସଂଯୋଜକ ସୁମିତ ଜୈନ, ମନିଷ ଜୈନ, ପରାମର୍ଶଦାତା ଆଶିଷ ଖଇତାନ ସଂଯୋଜନା କରିଥିଲେ । ଏହି ଅବସରରେ ଏଚ.ସି.ଜି ପଣ୍ଡା କ୍ୟାନ୍ସର ହସ୍ପିଟାଲର ମାର୍କେଟିଂ ମୁଖ୍ୟ ଜୌତିରଂଜନ ମିଶ୍ର ଯୋଗ ଦେଇଥିଲେ । ୟୁବା ମଂଚର ଯେ କୌଣସି ସଦସ୍ୟ ଯଦି ଏହି ଡାକ୍ତରଖାନାରେ ଚିକିତ୍ସିତ ହେବେ ତାଙ୍କୁ ୧୦ ପ୍ରତିଶତ ଛାଡ ଦିଆଯିବ ବୋଲି ଘୋଷଣା କରିଥିବା ବେଳେ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଅତି କମ ମୁଲ୍ୟରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ କହିଥିଲେ । ମାରୱାଡି ୟୁବାମଂଚ ପୁର୍ବତନ ରାଜ୍ୟ ସଭାପତି ଲାଲଚନ୍ଦ ଶର୍ମା, ରମେଶ ଅଗ୍ରୱାଲ ଯୋଗ ଦେଇ ନିଜର ଶୁଭେଚ୍ଛା ଜଣାଇଥିଲେ ।