-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
27-May-2021
ବୀରମହାରାଜପୁର (ବିନୋଦପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ଛକ ଠାରେ ଘଟିଛି ସଡଖ ଦୁର୍ଘଟଣା । ଏଥିରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ସେ ହେଲ ଉଲୁଣ୍ଡା ବ୍ଲକ କଲାପଥର ପଞ୍ଚାୟତ ର ଜଗନ୍ନାଥପାଲି ଗ୍ରାମର ମୁକୁନ୍ଦ ମେହର( ୩୦)। ସୂଚନା ମତେ ସୋନପୁର ପଟୁ ଏକ ହାଇୱା ଦ୍ରତ ବେଗରେ ସୁବଳୟା ଆଡକୁ ଯାଉଥିଲା ।ଏହି ସମୟରେ ମୃତ ମୁକୁନ୍ଦ ଔଷଧ କିଣି ନିଜ ୩୧ବି୯୦୮୩ ନମ୍ବର ବାଇକ ରେ ଫେରୁଥିବା ବେଳେ ହାଇୱା ଟି ବାଇକୁ ଧକ୍କା ଦେଇଥିଲା ।ଫଳରେ ସେ ଘଟଣା ସ୍ଥଳରେ ପ୍ରବଳ ରକ୍ତ ସ୍ରାବ ହୋଇ ଯୁବକର ମୃତ୍ୟୁ ହୋଇଥିଲା । ଖବର ପାଇ ବୀରମହାରାଜପୁର ଦମକଳ ବାହିନୀ ଆସି ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ଘଟାଇଥିବା ହାଇୱା କୁ ସୁବଳୟା ପୋଲିସ ଅଟକ ରଖିଥିବା ଜଣାଯାଇଛି ।