-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
27-May-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ପ୍ରବକ୍ତା ଆଶିଷ ପାଣ୍ଡେ ଙ୍କ ଆହ୍ଵାନ କ୍ରମେ କରୋନା ର ପ୍ରଥମ ଲହର ରେ ବଲାଙ୍ଗିର ଜିଲ୍ଲା ର ହଜାର ହଜାର ଲୋକଙ୍କ ଅକ୍ସିଜେନ ଯାଞ୍ଚ ଏବଂ ଲୋକଙ୍କୁ ସଚେତନ କରାଯାଉଥିଲା ବର୍ତ୍ତମାନ କରୋନା ଦ୍ଵିତୀୟ ଲହର ରେ ମଧ୍ଯ ଅନେକ୍ ଜାଗାରେ ଅକ୍ସିଜେନ ଯାଞ୍ଚ କାର୍ଯ୍ଯକ୍ରମ ଚାଲିଅଛି । ଆଜି ଲୋଇସିଂହା ବ୍ଳକ ଅନ୍ତର୍ଗତ ବାଞ୍ଜିପାଲି ଏବଂ ସିଆଲ୍ ବାହାଲି ଗାଁ ରେ ଆମ୍ ଆଦମି ପାର୍ଟି ଲୋଇସିଙ୍ଘା ତରଫରୁ ଶଙ୍କର ପ୍ରସାଦ ନାଗ ଏବଂ ଆମ୍ ଆଦମୀ ପାର୍ଟି ର ନୂଆ ସଦସ୍ୟ ତଥା ବୁର୍ଡା ଗ୍ରାମ ପଞ୍ଚାୟତ ର ନାଁଏବ ସରପଞ୍ଚ ଜଗମୋହନ ସାହୁ ଦୁହେଁ ଅକ୍ସିମିତ୍ର ସାଜିଛନ୍ତି ଏବଂ ଡୋର ଟୁ ଡୋର ବୁଲି ହାରା ହାରି ଶତାଧିକ ଲୋକଙ୍କ ଅକ୍ସିଜେନ ଯାଂଚ କରିବା ସହ ଲୋକଙ୍କୁ ସଚେତନତା କରୁଛନ୍ତି।