-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
27-May-2021
କଣ୍ଟାବାଞ୍ଜି,(ପ୍ରେରଣା ଖବର) , ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ସ୍ଥାନିୟ ଡାକ୍ତରଖାନା ସ୍ଥିତ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାଁଙ୍କ ନେତୃତ୍ୟରେ ହୋଇଥିବା ରକ୍ତଦାନ ଶିବିରରେ ବିଶେଷ କରି ଯୁବକ ମାନେ ସ୍ୱେଚ୍ଛାକୃତ ଭାବେ ଶିବିରକୁ ଆସି ରକ୍ତଦାନ କରିଥିଲେ । ମାହାମାରି କରୋନା ସମୟରେ ବର୍ତମାନ ଅନେକ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଘୋର ଅଭାବ ଦେଖାଯାଉଛି । ଯାହା ଫଳରେ ରୋଗୀ ମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ତେବେ ରୋଗୀ ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଓଡିଶା – ମୋ- ପରିବାର ପକ୍ଷରୁ ବିଜେଡି ସୁପ୍ରିମୋଙ୍କ ନିର୍ଦେଶ କ୍ରମେ ଏହି ଶିବିର ଆୟୋଜିତ ହୋଇଥିବା ଜିଲ୍ଲା ସାଧାରଣ ସଂପାଦକ ଫିରୋଖ ଖାଁ ସୁଚନା ଦେଇଛନ୍ତି । ଖବର ଲେଖା ଯିବା ପର୍ଯ୍ୟନ୍ତ ୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଆଜିର ଏହି ଶିବିରରେ ଶେଖ ଅନୱର , ଯୁବ ବିଜେଡି ନଗର ସଭାପତି ବିଷ୍ଣୁ ଜୁଏଡ, ମୁରିବାହାଲ ଛାତ୍ର ସଭାପତି ସୁବ୍ରତ ମହାକୁଡ, ବିଜୟ ବନ୍ସଲ, ଶେଷଦେବ ପୁଟେଲ, ଅରୁଣ ବାଗ, ବିଟ୍ଟୁ ସାଂଗା, ତାହିର ଖାଁ, ମନୋଜ ଚଣ୍ଡି, ଆଶିଷ ଗୁପ୍ତା, ସନ୍ୟାସି ପୁଟେଲ, ଦେବାର ବାରିକ, ସୁରେଶ ଦାଶ, ସୋନୁ ୟାଦବ, ମନୋଜ ସାହୁ, ବଙ୍ଗୋମୁଣ୍ଡା ବ୍ଲକ ଯୁବ ବିଜେଡି ସଭାପତି ଭକ୍ତବନ୍ଧୁ ବେହେରା,
ଗୁରୁଚରଣ ଠେଲା, ଗୁଡ୍ଡୁ ପନିକା, ରକ୍ତ ଭଣ୍ଡାର ଅଫିସର ଡାକ୍ତର ଏସ.ପି.ଡି. ପଣ୍ଡା, ରକ୍ତ ଭଣ୍ଡାର ପରିଚାଲନା ସମିତି ସଦସ୍ୟ ଆଶିଷ ଖଇତାନ, ଲ୍ୟାବ ଟେକନିସିଆନ ସୁନିତା ଭୋଇ, କୁନାଲ ଦାସ, ଦୁର୍ଗା ତାଣ୍ଡି, ପ୍ରଶାନ୍ତ ସାହୁ, ଶିବ ସାହୁ, ଗୁରବାରୁ ରଣା ପ୍ରମୁଖ ରକ୍ତଦାନ ଶିବିରରେ ସହଯୋଗ କରିଥିଲେ ।