-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ସ୍ୱର୍ଗତ ପ୍ରେମରାମ ଦୁବେଙ୍କ ଜନ୍ମତିଥିରେ କୋଶଳ ଏକତା ଦିବସ ପାଳିତ

22-Oct-2020



ବଲାଙ୍ଗିର, (ସନ୍ତୋଷ ଠାକୁର)କୋଶଳ ରାଜ୍ୟ ସମନ୍ୱୟ ସମିତିର ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବଲାଙ୍ଗିର ସ୍ଥିତ କୋଶଳ ଫାଉଣ୍ଡେସନ କାର୍ଯ୍ୟଳୟ ପ୍ରାଙ୍ଗଣରେ ଏକ ନିଆରା ଢ଼ଙ୍ଗରେ କୋଶଳ ଏକତା ଦିବସ ପାଳିତ ହୋଇଯାଇଛି । ସାମାଜିକ ଦୂରତ୍ୱ ଓ କୋଭିଡ଼ କଟକଣାକୁ ଆଖି ଆଗରେ ରଖି ଖୁବ୍ ଅଳ୍ପ ଲୋକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଉପାଧ୍ୟକ୍ଷ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସ୍‌ôବରେ କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭିତରେ ସମନ୍ୱୟ ସମିତିର କେନ୍ଦ୍ରିୟ ସାଧାରଣ ସମ୍ପାଦକ ବିଭୁଦତ୍ତ ମିଶ୍ର ଓ ବଲାଙ୍ଗିର ଜୋନ୍ ସଂଯୋଜକ ଶରତ ହୋତା ଉସ୍‌ôବରେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । ଉପସ୍ଥିତ ପ୍ରତିନିଧି ମାନଙ୍କୁ ଉଦ୍‌ବୋଧନ ଦେଇ ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମିଶ୍ର ଏ ଅଂଚଳର ଦୁଇ କୋଟି ଲୋକଙ୍କ ସର୍ବାଙ୍ଗିନ ଉନ୍ନତି ପାଇଁ କୋଶଳ ରାଜ୍ୟ ନିହାତି ଆବଶ୍ୟକ ଏବଂ ରାଜ୍ୟ ଗଠନ ପାଇଁ ଏକ ବିଶାଳ ଆନ୍ଦୋଳନର ଆବଶ୍ୟକତା ରହିଛି ତଥା ଆନ୍ଦୋଳନକୁ ଯୋରଦାର କରିବା ପାଇଁ କୋଶଳାଞ୍ଚଳର ସବୁ ଜିଲ୍ଲା, ସଂଗଠନ ଓ ବ୍ୟକ୍ତି ବିଶେଷ ତଥା ରାଜନୈତିକ ଦଳ ମାନଙ୍କ ଏକତାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଭାଷାର ନାମ କ’ଣ ହେବ, ହାଇକୋର୍ଟର ବେଂଚ କେଉଁ ଯାଗାରେ ହେବ, ପ୍ରସ୍ତାବିତ ରାଜ୍ୟର ରାଜଧାନୀ କେଉଁ ଯାଗାରେ ହେବ, ଏଭଳି ପ୍ରସଙ୍ଗ ମାନଙ୍କରେ ନିଜ ନିଜ ମଧ୍ୟରେ ଟଣାଟଣି ନ ହୋଇ ଯଦି ସ୍ୱତନ୍ତ୍ର କୋଶଳ ରାଜ୍ୟ ଲାଗି ଲଢ଼େଇ କରିବା ତେବେ ଏ ଅଂଚଳର ଚାଷୀ, ଶ୍ରମିକ, କର୍ମଚାରୀ, ଯୁବଛାତ୍ର, ମହିଳା, ଶିଶୁ, ଆଇନଜୀବୀ, ବୁଦ୍ଧିଜୀବୀ ସମସ୍ତଙ୍କର ଦାବୀ ପୂରଣ ହୋଇ ପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ଏହାଛଡ଼ା ସୋସିଆଲ ମିଡ଼ିଆରେ କୋଶଳ ଆନ୍ଦୋଳନର କର୍ମକର୍ତ୍ତା ଓ କୋଶଳ ଆନ୍ଦୋଳନକୁ ଜୀବନର ସର୍ବସ୍ୱ ଦେଇ ବଂଚେଇ ରଖିଥିବା ସାଥିମାନଙ୍କ ବିରୁଦ୍ଧରେ ବ୍ୟବହାର କରିବା ପରିବର୍ତ୍ତେ ଯେଉଁମାନେ ବାସ୍ତବରେ କୋଶଳ ଚହୁଁଛନ୍ତି ସେହି ଯୁବ ବନ୍ଧୁ ମାନେ କୋଶଳ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସୋସିଆଲ ମିଡ଼ିଆକୁ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଥିଲେ । କୋଶଳ ରାଜ୍ୟ ସମନ୍ୱୟ ସମିତି ଖୋଲା ହୃଦୟରେ ସମସ୍ତଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛି ଓ ଯଦି କୋଅଳ ଆନ୍ଦୋଳନ ସମ୍ପର୍କିତ କୌଣସି ପ୍ରସଙ୍ଗରେ କେହି କିଛି ଚର୍ଚ୍ଚା କରିବାକୁ ଚାହୁଁଛନ୍ତ ିସେ ସମସ୍ତଙ୍କୁ ସ୍ୱାଗତ କରୁଛି ବୋଲି ଶ୍ରୀ ମିଶ୍ର ମନ୍ତବ୍ୟ ଦେଇଥିଲେ ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କୋଶଳ ଯୁବ ସମନ୍ୱୟ ସମିତିର କେନ୍ଦ୍ରିୟ ଆବାହକ ରିଲୁ ରଥ, ବଲାଙ୍ଗିର ପାର୍ଲ୍ୟାମେଣ୍ଟ ଜୋନ୍‌ର ସଂଯୋଜକ ବିନୋଦ କାଲସାଏ, କୋଶଳ ବରିଷ୍ଠ ନାଗରିକ ସଂଘର ଆବାହକ ମନୋରଞ୍ଜନ ମିଶ୍ର, ବିଶିଷ୍ଠ କର୍ମଚାରୀ ନେତା ରମେଶ ନାଏକ,ଜ୍ୟୋତିରଞ୍ଜନ ମହାନ୍ତି, ବରିଷ୍ଠ ସଂଗଠକ ଭରତ ଚନ୍ଦ୍ର ପୃଷ୍ଟି, ପ୍ରଭାସ ମିଶ୍ର, ସ୍ୱାଧୀନ ମିଶ୍ର, ଡ଼ ସୁଶାନ୍ତ ଚାନ୍ଦ, ଅନ୍ତର୍ଯ୍ୟାମି ସାହୁ, ନାରୀ ସଂଗଠିକା ମଞ୍ଜୁଲତା କୁଅଁର ପ୍ରଭୃତି ସ୍ୱର୍ଗତ ପ୍ରେମରାମ ଦୁବେଙ୍କ ସ୍ମୃତିଚାରଣ କରିବା ସହ କୋଶଳ ଏକତା ପାଇଁ ସମସ୍ତେ ଏକତ୍ରିତ ହେବକୁ ଆହ୍ୱାନ ଦେଇଥିଲେ ।
 


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like