-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-May-2021
ଭୁବନେଶ୍ୱର(ଶୁଭାଶିଷ ନାୟକ):ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ସଂକମିତଙ୍କ ସଂଖା ୧୩ ହଜାର ପାଖାପାଖି ପହଞ୍ଚଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୮୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୧୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୬୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଖୋର୍ଦ୍ଧାର ସର୍ବାଧିକ ୧୯୦୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୮୭୪ ଜଣ, ବାଲେଶ୍ୱରରୁ ୫୦୮ ଜଣ, ବରଗଡ଼ରୁ ୪୬୧ ଜଣ, ଭଦ୍ରକରୁ ୧୫୧ ଜଣ, ବଲାଙ୍ଗୀରରୁ ୨୭୪ ଜଣ, ବୌଦ୍ଧରୁ ୩୪୭ ଜଣ, କଟକରୁ ୧୦୭୩ ଜଣ, ଦେବଗଡରୁ ୧୦୫ ଜଣ, ଢେଙ୍କାନାଳରୁ ୪୮୨ ଜଣ, ଗଜପତିରୁ ୭୭ ଜଣ, ଗଞ୍ଜାମରୁ ୩୪୦ ଜଣ, ଜଗତସିଂହପୁରରୁ ୩୦୦ ଜଣ, ଯାଜପୁରରୁ ୩୩୭ ଜଣ, ଝାରସୁଗୁଡାରୁ ୩୯୯ ଜଣ, କଳାହାଣ୍ଡିରୁ ୬୬୮ ଜଣ, କନ୍ଧମାଳରୁ ୧୦୪ ଜଣ, କେନ୍ଦ୍ରାପଡାରୁ ୨୮୫ ଜଣ, କେଉଁଝରରୁ ୧୮୦ ଜଣ, , କୋରାପୁଟରୁ ୨୭୨ ଜଣ, ମାଲକାନଗିରିରୁ ୧୧୪ ଜଣ, ମୟୁରଭଞ୍ଜରୁ ୫୮୬ ଜଣ, ନବରଙ୍ଗପୁରରୁ ୩୪୪ ଜଣ, ନୟାଗଡ଼ରୁ ୩୩୧ ଜଣ, ନୂଆପଡ଼ାରୁ ୭୦ ଜଣ, ପୁରୀରୁ ୪୭୨ ଜଣ, ରାୟଗଡାରୁ ୧୯୮ ଜଣ, ସମ୍ୱଲପୁରରୁ ୩୫୫ ଜଣ, ସୋନପୁରରୁ ୫୫ ଜଣ, ସୁନ୍ଦରଗଡାରୁ ୮୪୮ ଜଣ, ଷ୍ଟେଟ ପୁଲରୁ ୩୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୧୩ ଲକ୍ଷ ୮ ହଜାର ୫୬୪ ଟେଷ୍ଟିଙ୍ଗ ହୋଇଥିବା ବେଳେ ୬୯୧୩୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୫୭୭୯୮୩ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମଣକୁୁ ଦୃଷ୍ଟିରେ ରଖି ଲକଡାଉନ କଟକଣା କଡାକଡି କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।