-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
22-May-2021
ସଇଁତଳା(ପ୍ରେରଣା ଖବର ): ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣାଟି ବଲାଙ୍ଗୀର ଜିଲ୍ଲା ସଇଁତଳା ବନାଞ୍ଚଳ ରେ ଘଟିଛି । ଶୁକ୍ରବାର ବିଳମ୍ବିତ ରାତ୍ରୀରେ ସଇଁତଳା ରେଞ୍ଜ ଏବଂ କରମତଲା ବନାଞ୍ଚଳ ଅଧିକାରୀ ମାନେ ପେଟ୍ରୋଲିଂ କରୁଥିଲେ । କରମତଲା ବନାଞ୍ଚଲ ରେଙ୍ଗାଲ ବାହାଲ ଚାରିଛକ ଠାରେ କିଛି ଶିକାରୀ ବାରହା ଶିକାର କରୁଥିବାର ସୂଚନା ପାଇ ଚଢ଼ାଉ କରିଥିଲେ । ଶିକାରୀ ମାନେ ବନ କର୍ମଚାରୀଙ୍କ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲେ । ଗୁଳିକାଣ୍ଡରେ କରମତଲା ପାରା ବନ କର୍ମଚାରୀଙ୍କୁ ଗୁଳି ଲାଗିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ବନ କର୍ମଚାରୀ ଜଣକ ଯୁଗେଶ୍ୱର୍ ବୁଡେକ ଓ ସେ କରମତଲା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।
ସଇଁତଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଜଣେ ଶିକାରୀକୁ ଧରିବାରେ ସଫଳ ହୋଇଛି । ଅଧିକ ତଦନ୍ତ ଜାରି ରହିଛି ।