-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2021
ବରଗଡ଼(ପଦ୍ମପୁର): ବର୍ତମାନ ଦିନ ପ୍ରତି ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗୁଥିବା ବେଳେ ଲକଡାଉନ ପରେ ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲା । ହେଲେ ବର୍ତମାନ ପଦ୍ମପୁର ସବ-ଜେଲ ରେ ୮୩ ଜଣ ଅନ୍ତେବାସୀଙ୍କର କୋଭିଡ ଟେଷ୍ଟ ପୋଜିଟିଭ ବାହାରିଥିବା ବେଳେ ଉଭୟ ପ୍ରଶାସନ ଏବଂ ଜନ ସାଧାରଣଙ୍କ ଚିନ୍ତା ବଢାଉଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼କ୍ଟର ତହସିଲ ସାହୁଙ୍କ ସୁଚନା ଅନୁଯାୟୀ ଗତକାଲି ସବ-ଜେଲରେ ୧୨୪ ଜଣ ଅନ୍ତେବାସୀଙ୍କ ସହ ୮ ଜଣ ଷ୍ଟାପଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ୮୩ ଜଣ ଅନ୍ତେବାସୀ ଙ୍କର ରିପୋର୍ଟ ପେଜିଟିବ ଆସିଥିଲା । ଫଳରେ ହଠାତ ଏତିକି ବଡ ସଖ୍ୟାରେ ବାହାରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଶାସନ ପାଇଁ ବର୍ତମାନ ମୁଣ୍ଡ ବ୍ୟଥା ର କାରଣ ପାଲଟି ଛି । ଅନ୍ୟ ପଟେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ତାମଧ୍ୟରୁ ଜଣଙ୍କ ଅକ୍ସିଜେନ ଲଗାଜାଇଥିଲା କିନ୍ତୁ ବର୍ତମାନ ସ୍ୱାସ୍ତ୍ୟ ବସ୍ଥା ଠିକ ଥିବା ସୁଚନା ଦିଆଜାଇଛି । (ମୁକୁନ୍ଦ ଦାସଙ୍କ ରିପୋର୍ଟ)