-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଭାରତର ପୂର୍ବତନ ଯୁବ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ରାଜୀବ ଗାନ୍ଧୀ ଙ୍କ ୩୦ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଆଜି ଲୋଇସିଂହା ବ୍ଳକ୍ କଂଗ୍ରେସ ସଭାପତି ଅରବିନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l କରୋନା କଟକଣାକୁ ସମ୍ପୂର୍ଣ୍ଣ ଭାବେ
ପାଳନ କରାଯାଇ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ମାନଙ୍କ ପକ୍ଷରୁ ଲୋକଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଯିବା ସହ ନିଜ ଜୀବନର ସୁରକ୍ଷା ପାଇଁ କୋଭିଡ଼ ଗାଇଡ୍ ଲାଇନ୍ କୁ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଥିଲା l କିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା,ସରୋଜ ବିଶ୍ବାଳ,ନବକୀଶୋର ନାଏକ,ଭାଗବତିଆ ଭୋଇ ସମେତ ବହୁ କଂଗ୍ରେସ କର୍ମୀ ମିଶି ଲୋଇସିଂହାର
ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ମାକ୍ସ ବଣ୍ଟନ କରିବା ସହିତ କୋରୋନା ସଂକ୍ରମଣ ରୁ ଲୋକେ ନିଜକୁ କିପରି ସୁରକ୍ଷିତ ରଖିବେ ସେ ବିଷୟରେ ସଚେତନ ମଧ୍ଯ କରିଥିଲେ l