-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-May-2021
ପାଟଣାଗଡର(ପ୍ରେରଣା ଖବର): ଆଜି କରୋନା ମହାମାରୀ ପାଟଣାଗଡରେ ଆଉ ଜଣେ କୋଭିଡ଼ ଯୋଦ୍ଧାଙ୍କ ଜୀବନ ନେଇଛି l ଏକ ଦୁଃଖଦ ଘଟଣା କ୍ରମରେ ପାଟଣାଗଡ଼ର ବରିଷ୍ଟ ସମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ଭାରପ୍ରାପ୍ତ ସଭାପତି କୈଳାସ ଚନ୍ଦ୍ର ସାହୁ ଙ୍କ 75 ବର୍ଷ ରେ ଅକାଳ ବିୟୋଗ ଘଟିଛି l ମୃତ୍ୟୁ ଖବର ପ୍ରଚାର ହେବା ପରେ ପାଟଣାଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସ୍ଵର୍ଗତ ଶ୍ରୀ ସାହୁ. ଦୈନିକ ଧରିତ୍ରୀ ଖବରକାଗଜରୁ ନିଜର ସାମ୍ବାଦିକତା ବୃତ୍ତି ଆରମ୍ଭ କରି ବିଭିନ୍ନ ଖyବରକାଗଜରେ କାମ କରି ପାଟଣାଗଡ଼ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ପାରିଥିଲେ l ମୃତ୍ୟୁ ପର୍ଯ୍ୟନ୍ତ ସେ ଦୈନିକ ସମ୍ବାଦପତ୍ର ପ୍ରଗତିବାଦୀ ର ପାଟଣାଗଡ଼ ପ୍ରତିନିଧି ଭାବେ କାର୍ଯ୍ୟ କରିଆସୁଥିଲେ l ସେ କିଛି ଦିନ ତଳେ କରୋନାରେ ପୀଡିତ ହୋଇ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଘରକୁ ଫେରି ଆସିଥିଲେ । ତେବେ ଆଜି ସକାଳ 5 ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନ ମିଳିଛି l ମୃତ୍ୟୁ ଶଯ୍ୟାରେ ସ୍ଵର୍ଗତ ସାହୁଙ୍କ ଧର୍ମପତ୍ନୀ, ତିନି ପୁଅ ଓ ପରିବାରର ଅନ୍ୟ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ l ଜଣେ ଅlମାୟିକ ବ୍ୟକ୍ତି ଭବରେ ସ୍ଵର୍ଗତ ସାହୁ ସବୁଦିନ ପାଇଁ ମନେ ରହିବେ l ସ୍ଵର୍ଗତ କୈଳାଶ ସାହୁଙ୍କ ପରଲୋକ ରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି l