-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-Oct-2020
କଳାହାଣ୍ଡି/ନର୍ଲା ( ସଞ୍ଜୀବ ଦାସ) :ଶାରଦୀୟ ପାର୍ବଣ ଋତୁରେ ଚଳଚଞ୍ଚଳ ଦେବୀପୀଠ। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଆଡମ୍ବର ଶୂନ୍ୟ ପୂଜାସ୍ଥଳି, ନା ବାଜା ବାଜଣା ବାଜୁଛି ନା ମାନସିକଧାରୀଙ୍କ ଗହଳି ଚହଳି ଲାଗୁଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅଧିନ ଐତିହାସିକ ଭୀମକେଲା ଗ୍ରାମର କାଳିକେଶ୍ଵରୀ,ବିମଳାକ୍ଷୀ, ବୁଢାରଜା,ବସ୍ତ୍ରେନ୍, କଳାପାହାଡ଼, ଧରଣୀ ଓ ପାଟଦେଓ ଆଦି ଦେବୀ ପୀଠରେ ମାଙ୍କ ଦଶହରା ପର୍ବ ପାଳନ ହୋଇଛି । ଗାଁ ଜାନୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଗ୍ରାମର ମଙ୍ଗଳ କାମନା କରିଛନ୍ତି। ଅରୁଆ ଚାଉଳ, ଖଇ ଭୋଗ, ନଡ଼ିଆ, ଧୂପଦୀପ,ବେଳପତ୍ରରେ ପୂଜାର୍ଚ୍ଚନା ପରେ କୁକୁଡ଼ା ଓ ବୋଦା ବଳି ମଧ୍ୟ ପ୍ରଦାନ କରାଯାଇଛି। ଝଜ ସା, ବାସୁଦେବ ମାଝୀ, ଆନନ୍ଦ ମାଝୀ,ଶିବିଲାଲ ବାଗ,କୁବେର ରଣାଙ୍କୁ କାଳିସ ଲାଗି ଭକ୍ତଙ୍କ ଗୁହାରି ଶୁଣିଥିଲେ। ଗ୍ରାମର ଅକ୍ଷୟ ମାଝୀ,ଶୁକଲ ମାଝୀ,କୁରୁପତି ମାଝୀ,ଘନସ ମାଝୀ ପ୍ରମୁଖ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ।