-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ସୁବର୍ଣ୍ଣପୁର (ପ୍ରେରଣା ଖବର) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା 45 ବର୍ଷ ଓ ତଦୁର୍ଧ୍ୱ ବୟସ୍କ ହିତାଧିକାରୀଙ୍କୁ ଙ୍କୁ ଜିଲ୍ଲାର ବିଭିନ୍ନ ସିଏଚସି ଅନ୍ତର୍ଗତ ବ୍ୟବସ୍ଥିତ ଟୀକା କେନ୍ଦ୍ରରେ ଆସନ୍ତା ତା12/05/21 ରେ ଟୀକାପ୍ରଦାନ କରାଯିବ l ଯେଉଁ ହିତାଧିକାରୀ ମାନଙ୍କୁ ପ୍ରଶାସନ ତରଫରୁ ଫୋନ ଯୋଗେ ଟୀକାକରଣ ନିମନ୍ତେ ସୂଚନା ଦିଆଯିବ ସେମାନେ କେବଳ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ l ବିନା କୌଣସି ସୂଚନାରେ ଟୀକାକେନ୍ଦ୍ର କୁ ଯାଇ ହଇରାଣ ହୁଅନ୍ତୁ ନାହିଁ କିମ୍ବା କେନ୍ଦ୍ରଗୁଡିକରେ ଅଯଥାରେ ଭିଡ଼ କରନ୍ତୁ ନାହିଁ, ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ଅନୁରୋଧ କରାଯାଉଛି l ଏହି ପରିପ୍ରେକ୍ଷୀରେ ତା12/05/21ରେ ଆଇ ବିଲଡିଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୋନପୁର, ବିନିକା-ସିଏଚସି,ବିରମହାରlଜପୁର-ଏସଡିଏଚ, ଏମ଼୍ ସି ଏଚ୍ ବିଲ୍ଡିଂ ଡୁଙ୍ଗୁରିପାଲି-ସିଏଚସି,ଉଲୁଣ୍ଡା-ସିଏଚସି, ନାଇକେନପାଲି-ସିଏଚସି ଓ ତରଭା-ସିଏଚସି ରେ ଟୀକାକରଣ ଚାଲୁ ରହିବ l ଏହି ଟୀକାକରଣ ସକାଳ 08 ରୁ ଅପରାହ୍ନ 12 ଘଂ ଓ ଅପରାହ୍ନ 03 ରୁ ସନ୍ଧ୍ୟା 06 ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ l ବର୍ତ୍ତମାନ ଦ୍ଵିତୀୟ ଡୋଜ ଟୀକାକରଣ ସାମୟିକ ଭାବେ ଚାଲୁ ରହିଥିବାବେଳେ, ଆବଶ୍ୟକ ନିର୍ଦେଶ ପରେ ପ୍ରଥମ ଡୋଜ ଟୀକାକରଣ ନିମନ୍ତେ ବ୍ୟବସ୍ଥା କରାଯିବ l