-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-May-2021
କଣ୍ଟାମାଳ (ଅକୃର ସାହୁ): କରୋନା ମହାମାରୀରେ ଆଉ ଜଣେ ସାମ୍ବାଦିକଙ୍କ ଦୁଃଖଦ ପରଲୋକ ହୋଇଛି । କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ (କଜ୍ଜା) ର ସଭାପତି ଭାବେ ଦାୟିତ୍ଵ ତୁଲାଇ ଥିବା ସାମ୍ବାଦିକ ଦୃବାକ୍ଷ ବସ୍ତିଆ ଙ୍କ ଆଜି କରୋନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ଶ୍ରୀ ବସ୍ତିଆ ନିଜର ନିଷ୍ଠା ଓ ନିଜର ବୃତ୍ତି ପ୍ରତି ପ୍ରତିବଦ୍ଧତା ପାଇଁ ସବୁବେଳେ ମନେ ରହିବେ l କଣ୍ଟାମାଳ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଅଧିକାର ପାଇଁ ସେ ସବୁବେଳେ ଲଢେଇ କରି ଆସୁଥିଲେ l ଶ୍ରୀ ବସ୍ତିଆଙ୍କ ଅକାଳ ବିୟୋଗରେ କଜ୍ଜା ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।