-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-May-2021
ବଲାଙ୍ଗୀର:(ପ୍ରେରଣା ଖବର) ଆଜି ସକାଳେ ପୋଲିସ ଏବଂ ମ୍ୟୁନିସପାଲିଟି ର ମିଳିତ ସହଯୋଗରେ ଡେଲି ମାର୍କେଟ ଠାରେ ବସିଥିବା ପନିପରିବା ବିକାଳୀ ମାନଙ୍କୁ କଳାମଣ୍ଡଳ ପଡିଆ ଠାରେ ବିକ୍ରି କରିବା ପାଇଁ କହିଥିଲେ । ମ୍ୟୁନିସପାଲିଟି ଏକ୍ଜିକ୍ୟୁଟିବ ଅଫିସର ବିପିନ ଦୀପ ପରିବା ବେପାରୀ ମାନଙ୍କୁ ବୁଝାଇ ସୁଝାଇ କଳାମଣ୍ଡଳ ପଡିଆ କୁ ପଠାଇଥିଲେ । କରୋନାରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ସହରର ବିଭିନ୍ନ ସ୍ଥାନରେ ପୋଲିସ ଦିନରାତି ପଇଁତରା ମାରୁଥିବା ଦେଖିବାକୁ ମିଳିଛି । ଅମାନିଆଙ୍କ ଠାରୁ ଫାଇନ ଆଦାୟ କରୁଛି । ସମସ୍ତଙ୍କୁ କରୋନା ର ଦ୍ଵିତୀୟ ଲହରରୁ ବଞ୍ଚିବା ପାଇଁ ସଜାଗ କରୁଛି । ସହରର ବିଭିନ୍ନ ୱାର୍ଡ ମାନଙ୍କରେ ଲୋକେ ମାନୁନଥିବାରୁ ତଥା ସଜାଗ ରହୁ ନ ଥିବାରୁ ପୋଲିସ ଏମାନଙ୍କୁ ସମ୍ଭାଳିବା ଭାରି ପଡୁଛି । ଲକ୍ ଡାଉନ୍ ପୂର୍ବରୁ ଡେଲି
ମାର୍କେଟକୁ କଳାମଣ୍ଡଳ ପଡିଆକୁ ସ୍ଥାନାନ୍ତର କରିଥିବା ବେଳେ ପରିବା ବେପାରୀ ମାନେ ଅମାନିଆ ହୋଇ ରାସ୍ତା କଡ଼ରେ ବସି ବେଧଡକ ପରିବା ବିକ୍ରି କରି ଭିଡ଼ କରୁଥିବା ପରିଲକ୍ଷିତ ହୁଏ । ଲକ୍ ଡାଉନ୍ ଥିବା ସତ୍ତ୍ବେ ଲୋକଙ୍କ ସୁବିଧା ପାଇଁ ପନିପରିବା, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦିନ ୧୨ ଟା ପର୍ଯ୍ୟନ୍ତ ଖୋଲା ରହୁଛି । ତଥାପି ଲୋକେ ଅମାନିଆ ହୋଇ ଭିଡ଼ କରୁଥିବା ଦେଖିବାକୁ ମିଳୁଛି ।
ଡେଲି ମାର୍କେଟ କୁ ଛାଡ଼ିଦେଲେ ସହରର ବିଭିନ୍ନ ସ୍ଥାନରେ ପନିପରିବା ଦୋକାନ ମଧ୍ୟ ଖୋଲା ହୋଇଛି । କରୋନା କହର ଗୋଟିଏ ପରେ ଗୋଟିଏ ଗ୍ରାସ କରିବାକୁ ବସିଲାଣି । କରୋନା ଚେନ୍ ଭାଙ୍ଗିବାକୁ ହେଲେ ଲୋକଙ୍କ ଭିଡ଼ ଭାଙ୍ଗିବାକୁ ହେବ । ଦରକାର ନ ପଡ଼ିଲେ ବାହାର କୁ ନ ବାହାରି ଘରେ ରହନ୍ତୁ । ଅତ୍ୟଧିକ ଗହଳି କରନ୍ତୁ ନାହିଁ କିମ୍ବା ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ନିଜେ ସୁରକ୍ଷିତ ରହିବା ସହ ସରକାରଙ୍କ କରୋନା ନିୟମ ମାନି ଚଲନ୍ତୁ ।