-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-May-2021
ନୂଆଦିଲ୍ଲୀ,; ଭାରତୀୟ କ୍ରିକେଟ ଦଳର କ୍ୟପ୍ଟେନ୍ ବିରାଟ କୋହଲି ଆଜି କୋଭିଡ ଟିକାର ପ୍ରଥମ ଡୋଜ ନେଇଛନ୍ତି । ବିରାଟ ଟିକା ନେବାର ସମୟର ଏକ ଫଟୋ ତାଙ୍କ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ସେୟାର କରିଛନ୍ତି । ଏହା ସହିତ ବିରାଟ ତାଙ୍କ ପରି ଅନ୍ୟ ମାନଙ୍କୁ ଯେତେ ଶିଘ୍ର ସମ୍ଭବ ନିଜର ଟିକା କରଣ କରିାଇ ନେବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ।
ସମ୍ପୂର୍ଣ୍ଣ ଦେଶରେ କରୋନାର କହର ଜାରି ରହିଥିବା ବେଳେ ଏହାକୁ ପ୍ରତିହତ କରିବା ଲାଗି ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ କିପରି ଶିଘ୍ର ଟିକା କରଣ କରାଯାଇ ପାରିବ ସେ ନେଇ ଚେଷ୍ଟା ଜାରି ରଖିଛନ୍ତି । ଭାରତରେ ଏବେ ପ୍ରତିଦିନ ଚାରି ଲକ୍ଷରର ଉର୍ଦ୍ଧ ସଂକ୍ରମଣର ମାମଲା ଚିହ୍ନଟ ହେଉଥିଲା ବେଳେ ଆଜି ତିନି ଲକ୍ଷ ଶାଠିଏ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ଭାରତରେ କରୋନାର ସଂକ୍ରମଣ ବଢୁିବା ସହିତ ଅନ୍ୟ ଏକ ପଟରେ ଲୋକପ୍ର୍ରିୟ ଆଇପିଏଲ ମଧ୍ୟ ଠିକ ଭାବରେ ଚାଲିଥିଲା । କିନ୍ତୁ ପ୍ରଥମେ କୋଲକାତାର ଦୁଇ ଜଣ ଏବଂ ପରେ ଚେନ୍ନାଇ ଏବଂ ହାଇଦ୍ରାବାଦ ଦଳର ଖେଳାଳୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚଳିତ ସିଜନର ଆଇପିଏଲକୁ ଘୁଞ୍ଚାଇ ଦିଆଯାଇଛି ।
ଏବେ ବିରାଟ ଭରତୀୟ ଦଳ ସହିତ ଇଂଲଣ୍ଢ ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଆଜି ସେ କୋଭିଡ ଟିକା ନେଇଛନ୍ତି ଏବଂ ନିଜର ଫ୍ୟାନ୍ ମାନଙ୍କୁ ମଧ୍ୟ ଟିକା ନେବାକୁ ଅପିଲ କରିଛନ୍ତି ।