-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
28-Apr-2021
ଡୁଙ୍ଗୁରିପାଲି(ପ୍ରେରଣା ଖବର)-ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଅନୁସାରାେ ଗତ ୨୬ ତାରିଖ ଦିନ ଡୁଙ୍ଗୁରିପାଲି ବ୍ଲକରେ ୪୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭ ତାରିଖ ଦିନ ୧୬ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରକାଶ ଯେ ଗତ ୨ଠ ତାରିଖ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ସେହି ରିିପୋର୍ଟ ୨୬ ତାରିଖ ଆସିଥିବା ବେଳେ ୨୭ ତାରିଖ ପଠାଯାଇଥିବା ରିପୋର୍ଟ ରେ ୧୬ଜଣ ସଂକ୍ରମିତ ଥିବନା ଜଣାପଡିଛି । ଏପଟେ ନମୂନା ପରୀକ୍ଷା ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।