-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
27-Apr-2021
ସମ୍ବଲପୁର(ପ୍ରେରଣା ଖବର) : ବୁର୍ଲା ପାୱାର୍ କେନାଲରେ ଖସି ପଡି ନିଖୋଜ ଥିବା ମେଡିକାଲରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କ ଆଜି ମୃତଦେହ ଭାସୁଥିବା ଅବସ୍ଥାରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ ବୁର୍ଲା ଗାନ୍ଧି ପଡାର ସହଦେବ ସାହୁ । ସହଦେବ ଚାରିଦିନ ପୂର୍ବରୁ ତାଙ୍କ ଜଣେ ସାଙ୍ଗଙ୍କ ସହିତ ପିଡବ୍ଲୁଡି କଲୋନୀ ନିକଟରେ ଥିବା ପାୱାର୍ କେନାଲ ଘାଟରେ ବସିଥିଲେ ।
ଏହି ସମୟରେ କୌଣସି କାରଣ ବସତଃ ସେ ପାଣିରେ ଖସି ପଡିଥିଲେ । ଏହାପରେ ସେ ନିଖୋଜ ହୋଇଯାଇଥିଲେ । ପରେ ପରିବାର ଲୋକେ ଖବର ପାଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ସହଦେବଙ୍କ ସାଙ୍ଗଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚୁରା କରି ଛାଡି ଦେଇଥିଲା । ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।