-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
23-Apr-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା)- ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିବା ଉଲୁଣ୍ଡା ପଂଚାୟତ ସମିତି ହାଇସ୍କୁଲ ଏବଂ ପଂଚମହଲା ଶ୍ରୀ ଗଣେଶ୍ୱର ହାଇସ୍କୁଲର ଭିତିଭୂମି ଓ ଆନୁଷଙ୍ଗିକ କାର୍ଯ୍ୟର ତଦାରଖ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଲ ମନିଷା ବାନାର୍ଜୀ ପରିଦର୍ଶନ କରିଛନ୍ତି । ପ୍ରଥମେ ଜିଲ୍ଲାପାଲ ପହଂଚିଲା ପରେ ଉଭୟ ଅନୁଷ୍ଠାନ ତରଫରୁ ସ୍ୱାଗତ କରାଯାଇଥିଲା । ପରେ ଉଭୟ ସ୍କୁଲରେ ନିର୍ମାଣ ହେବାକୁ ଯାଉଥିବା ଇ ପାଠାଗାର, ବିଜ୍ଞାନାଗାର, ସ୍ମାର୍ଟ କ୍ଲାସ, ଖେଳ ପଡିଆ, ଛାତ୍ରଛାତ୍ରୀଙ୍କ ଶୋଚାଳୟ, ସାଇକେଲ ଷ୍ଟାଣ୍ଡ ଓ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ ସୌନ୍ଦର୍ଯୀକରଣ କରିବା ପାଇଁ ବଗିଚା ଆଦି ଅତ୍ୟାଧୂନିକ ଶୈଳୀରେ ନିର୍ମାଣ କରିବା ପାଇଁ ବିଡିଓ ହେମ ସାଗର ଭୋଇ, ସହକାରୀ ଯନ୍ତ୍ରୀ ଗିରିଜା ଶଙ୍କର ସାହୁଙ୍କୁ ନିର୍ଦେଶ ଦେଇଥିଲେ । ଏଥି ସହିତ ଆଗାମୀ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଅବଶରରେ ଯେମିତି ଲୋକାର୍ପିତ ହୋଇପାରିବ ସେଉପରେ ବିଶେଷ ଭାବରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଧର ବାଘ, ନଲିନୀ କୁମ୍ଭାରଙ୍କ ସମେତ କନିଷ୍ଠ ଯନ୍ତ୍ରୀ ସଂଯୁକ୍ତା ପଧାନ, ଏସଏମଡିସି, ଏସଏମସିର ସମସ୍ତ ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ ।