-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
23-Apr-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା)ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତାର ଅଇଁଲାଛାଟ ଛକ ଠାରେ ଥିବା ଯାତ୍ରୀ ପ୍ରତିକ୍ଷାଳୟଟି ଆସମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଫଳରେ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଛକରୁ ଯାତ୍ରୀମାନେ ସମ୍ବଲପୁର, ଝାରସୁଗୁଡା, ବରଗଡ, ସୋନପୁର, ବିନିକା, ଡୁଙ୍ଗୁରିପାଲି, ସୁନ୍ଦରଗଡ ଆଦି ବିଭିନ୍ନ ସ୍ଥାନକୁ ଜିବା ଆସିବା ଅପେକ୍ଷା କରିଥାନ୍ତି । ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ପ୍ରତୀକ୍ଷାଳୟ ଚାରି ପାଶ୍ୱରେ ଅନାବନା ଗଛ ଗୁଡିକ ଲାଗି ରହିଥିବାରୁ ଯାତ୍ରୀମାନଙ୍କ ବ୍ୟବହାର ଉପେଯାଗୀ ହୋଇପାରୁନାହିଁ । ଫଲରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଯାଇଛି । ଏହି ରାସ୍ତାଦେଇ ପ୍ରତ୍ୟହ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନର ଅଧିକାରୀ ମାନେ ଯିବା ଆସିବା କରୁଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁନଥିବାରୁ ଯାତ୍ରୀ ମାନଙ୍କ ମନରେ ଗଭୀର ଅସନ୍ତୋଷ ଦେଖାଦେଇଛି । ଯଥାଶିଘ୍ର ପ୍ରତୀକ୍ଷାଳୟକୁ ସଫାସୁତୁରା କରିବା ସହ ବ୍ୟବହାର ଉପଯୋଗୀ କରିବା ପାଇଁ ଦାବି ହେଉଛି ।