-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
13-Apr-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା)- ସରକାର ଗ୍ରାମାଂଚଲ ମାନଙ୍କରେ ସୁଦ୍ଧ ପାନୀୟ ଜଲ ଯୋଗାଇ ଦେବା ପାଇଁ ପ୍ରକଲ୍ପ ନିର୍ମାଣ କରୁଛନ୍ତି । ହେଲେ ପ୍ରକଲ୍ପ ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉନଥିବାରୁ ପାଣୀ ଟୋପାଏ ପାଇବା ପାଇଁ ଗ୍ରାମବାସୀ ଡହଲବିକଲ ହେଉଛନ୍ତି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉଲୁଣ୍ଡା ବ୍ଲକ କୋଟସମଲାଇ ପଂଚାୟତର ଖୁଂଟୁଲାପାଲି ଗ୍ରାମରେ । ପ୍ରାୟ ଏକହଜାର ଜନସଂଖ୍ୟା ବିଶିଷ୍ଠ ଏହି ଗ୍ରାମକୁ ପାନୀୟ ଜଲ ଯୋଗାଇ ଦେବାପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଲରେ ପ୍ରକଲ୍ପ ନିର୍ମାଣ ସରିଛି । ଏଥି ସହିତ ପାଇପ ପୋତା କାମ ସରିବା ସହ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ମଧ୍ୟ ନିର୍ମାଣ ସରିଛି । ଦିର୍ଘ ତିନି ମାସ ହେବ ଟ୍ୟାଙ୍କ ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଫଳରେ ଗ୍ରାମବାସୀ ପାଣିଟୋପାଏ ପାଇଁ ଡହଲବିକଲ ହେଉଛନ୍ତି । ପ୍ରକଲ୍ପ ନିର୍ମାଣ ହେବାପରେ ପାଣି ଟୋପାଏ ପାଇବା ପାଇଁ ଆଶା ବାନ୍ଧି ଥିଲେ । ହେଲେ ସେ ଆଶାବି ମଉଲି ଯାଉଛି । ଏବେ କେନାଲ ପାଣି ଭରଷାରେ ଚଲୁଛନ୍ତି ଗ୍ରାମବାସୀ । ଦିନକୁ ଦିନ ଖରାର ପ୍ରକୋପ ବଢିଚାଲିଥିବାରୁ ପ୍ରକଲ୍ପର କାର୍ଯ୍ୟକ୍ଷମ ନେଇ ଆଶା ଆଶଙ୍କା ଦେଖାଦେଇଛି । ଏନେଇ ଜଲ ଓ ପରିମଳ ବିଭାଗର ଯନ୍ତ୍ରୀ ବଳରାମ ମାôଝଙ୍କୁ ପଚାରିବାରୁ ପ୍ରତ୍ୟେକ ଘରକୁ ଜଲ ଯୋଗାଣ ପାଇଁ ପାଇପ ସଂଯୋଗ କାମ ଚାଲିଛି । ଗୋଟିଏ ସପ୍ତାହ ଭିତରେ ଜଲଯୋଗାଣ ସ୍ୱଭାବିକ ହେବ ବୋଲି ପ୍ରକାଶ କରିଥିଲେ ।