-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
12-Apr-2021
ଆସିକା(ଦୀପକ ଗଉଡ) : କରୋନା ର ଦ୍ଵିତୀୟ ଲହରୀ କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାସ୍କ ଚେକିଂ କୁ କଡାକଡି କରାଯାଇଛି | ଅମାନିଆ ଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି | ସେହିପରି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ତତ୍ୱାବଧାନରେ ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ପୋଲିସ ପକ୍ଷରୁ ମାକ୍ସ ପିନ୍ଧି ନଥିବା ବ୍ୟକ୍ତି ଙ୍କ ଠାରୁ ୨୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। କୋଭିଡ କଟକଣା ବିଷୟ ରେ ଲୋକଙ୍କ ପାଖରେ ସଚେତନତା କରାଇବା ସହ ମାସ୍କ ପିନ୍ଧିବା ,ସମାଜିକ ଦୂରତା ଅବଲମ୍ବନ କରିବା, ବାରମ୍ବାର ହାତ ଧୋଇବା ଏଭଳି ସଚେତନତା ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ର ପ୍ଞ୍ଚସୁତ୍ରି ନିୟମ କୁ ପାଳନ କରିବା ଦିଗରେ ସେ ଗୁରୁତ୍ୱ ଦିଆ ଯାଇଥିବା ଲକ୍ଷ୍ୟ କରାଯାଇଛି ।