-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
12-Apr-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା)ସଙ୍ଗୀତା ନାମକ ଏକ ଯାତ୍ରୀବାହୀ ବସ ରେ ହାଇଦ୍ରାବାଦ ରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ମୂଷାପାଲି କୁ ଆସୁଥିଲେ ବାପ ମୁକୁନ୍ଦ ଦୁର୍ଗା(୫୬) ତାଙ୍କ ସ୍ତ୍ରୀ ପଦ୍ମା ଦୁର୍ଗା ଓ ଝିଅ ଛଇଲା ଦୁର୍ଗା (୧୮) କୋକସରା ବସଷ୍ଟାଣ୍ଡ ରେ ଓଲ୍ହାଇବା ବେଳ କୁ ବସ ପଛପଟ ଡିକି ରେ ରଖିଥିବା ବେଗ ନାହିଁ ଗରିବ ଖଟିଖିଆ ପରିବାର ବେଗ ରେ ଘର ସାମାନ ସହ ନଗଦ ୩୦ ହଜାର ଟଙ୍କା ଓ ଝିଅ ର ସମସ୍ତ ସାର୍ଟିଫିକେଟ ସହ ବ୍ୟାଙ୍କ ପାସବୁକ ଏ ଟି ଏମ ଓ ଅନ୍ୟାନ୍ୟ କାଗଜପତ୍ର ରହିଥିଲା ପରିବାର କହିବା ଅନୁସାରେ ଗତ ୭ ତାରିଖ ଦିନ ସେମାନେ ହାଇଦ୍ରାବାଦ ରୁ ସଂଗୀତା ନାମକ ଏକ ଯାତ୍ରୀବାହୀ ରେ ବସିଲେ ବସ ର ହେଲ୍ପର ସବୁ ବେଗ କୁ ନେଇ ବସ ର ପଛପଟେ ଥିବା ଡିକି ରେ ରଖିବା ସହ ନିଶ୍ଚିନ୍ତ ରେ ରହିବାକୁ କହି କୋକସରା ଆସିଲେ ମୁଁ ଲଗେଜ କାଢ଼ିଦେବି କହିବା ପରେ ନିଶ୍ଚିନ୍ତ ରେ ପରିବାର ବସ ରେ ବସିଥିଲେ ତେବେ ତାଙ୍କ ଗନ୍ତବ୍ୟ ସ୍ଥାନ କୋକସରା ବସଷ୍ଟାଣ୍ଡ ରେ ଆସିବା ପରେ ଡ଼ିକି ରୁ ସାମାନ ନଥିବା ଦେଖି ବସ ହେଲ୍ପର କୁ ସାମାନ କୁଆଡେ ଗଲା ବୋଳି ପଚାରିବାରୁ କିଏ କୋଉଠି ଓଲ୍ଲେଇ ଦେଇଥିବେ ଆମେ ପରଦିନ ଆଣିଦେବୁ କହିଥିଲେ
ବସ କର୍ମଚାରୀ ତେବେ ସ୍ଥାନୀୟ କୋକସରା ଥାନା ରେ ମଧ୍ୟ ସାମାନ ନିଖୋଜ ନେଇ ପରିବାର ଅଭିଯୋଗ କରିଥିଲେ ତେବେ ଦୁଇଦିନ ପରେ ମଧ୍ୟ ହଜିଥିବା ସାମାନ ନ ମିଳିବାରୁ ଶନିବାର କୋକସରା ବସଷ୍ଟାଣ୍ଡ ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଯୁବତୀ ଜଣକ ବସ ଆଗରେ ଶୋଇପଡି ହଜିଥିବା ଟଙ୍କା ଓ ସାର୍ଟିଫିକେଟ ଦେବାକୁ ନେହୁରା ହୋଇଥିଲେ ବସ କର୍ମଚାରୀ ଚୁପ ରହିଥିବା ବେଳେ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରିବା ସହ ବସ ମାଲିକ ଙ୍କ ସହ କଥାବାର୍ତ୍ତା ହୋଇ ହଜିଥିବା ସାମାନ ଖୋଜି ଆଣିଦେବାକୁ କହିଛନ୍ତି ପୋଲିସ କର୍ମଚାରୀ ତେବେ ଯୁବତୀ ଛଇଲା ଦୁର୍ଗା ଶିକ୍ଷାଗତ ପ୍ରମାଣପତ୍ର ସହ ନଗଦ ୩୦ ହଜାର ଟଙ୍କା କେବେ ମିଳିବ ତାହା କୁ ନେଇ ଯୁବତୀ ସନ୍ଦେହ ରେ ରହିଛନ୍ତି ପୋଲିସ ପ୍ରତିଶ୍ରୁତି ଦେବାପରେ ଆଶା ବାନ୍ଧି ରହିଛନ୍ତି ସାର୍ଟିଫିକେଟ ନ ମିଳିଲେ ତାଙ୍କ ଜୀବନ ର ସବୁ ଆଶା ମିଳେଇଯିବ ବୋଳି କୋହଭରା କଣ୍ଠ ରେ କହିଛନ୍ତି କୌଣସି ସହୃଦୟ ବ୍ୟକ୍ତି ତାଙ୍କ ସାର୍ଟିଫିକେଟ ପାଇଥିଲେ କୋକସରା ପୋଲିସ ସହ ସମ୍ପର୍କ କରି ଫେରାଇବାକୁ ଅନୁରୋଧ କରିଛନ୍ତି