-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଏକକାଳିନ କ୍ଷତିପୂରଣ, ଥଇଥାନ ସହ ପ୍ରକଳ୍ପ ଶୀଘ୍ର ସାରିବା ଉପରେ ଗୁରୁତ୍ୱ: ଲୋୟର ସୁକତେଲ ସ୍ଥିତି ସମୀକ୍ଷା କଲେ ନରସିଂହ

08-Apr-2021



ବଲାଙ୍ଗିର,(ପ୍ରେରଣା ଖବର)- ଲୋୟର ସୁକତେଲ ପ୍ରକଳ୍ପ କାମ ଗତ ବର୍ଷ ନଭେମ୍ବରରେ ପୁନଃ ଆରମ୍ଭ ହେବାର ଥିଲା । ଦୁଇ ମାସ ବିଳମ୍ବରେ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ଏହା ଭିତରେ ପ୍ରକଳ୍ପ ସମ୍ବନ୍ଧିତ ଯନ୍ତ୍ରୀ, ଅଧିକାରୀ ତଥା ଅନ୍ୟାନ୍ୟ କର୍ମଚାରୀଙ୍କର ପୋଷ୍ଟିଂ ହୋଇ ସେମାନେ ତାଙ୍କର କାମ ଆରମ୍ଭ କରିଛନ୍ତି । ଏହି ଅଧିକାରୀମାନେ ଯତ୍ନବାନ ହୋଇ ଦାବି ମୁତାବକ ବିସ୍ଥାପିତ ଲୋକଙ୍କୁ ଏକ କାଳିନ କ୍ଷତିପୂରଣ ପାଇବା ବ୍ୟବସ୍ଥା କରି ପ୍ରକଳ୍ପ କାମ ଯେପରି ନିର୍ଦ୍ଧାରିତ ସମୟରେ ଶେଷ ହୋଇ ପାରିବ ସେ ଉପରେ ସମସ୍ତେ କାମ କରନ୍ତୁ ବୋଲି ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ସମ୍ବନ୍ଧୀୟ ଅଧିକାରୀମାନଙ୍କୁ ନେଇ ଏହାର ସ୍ଥିତି ସଂପର୍କରେ ସମୀକ୍ଷା କଲାବେଳେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର କହିଛନ୍ତି । 
    ଦିବା ଘ.୧୦.୩୦ମି. ସମୟରେ ଆରମ୍ଭ ହୋଇଥିବା ଏହି ସମୀକ୍ଷା ବୈଠକରେ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ମହେନ୍ଦ୍ର ମହାପାତ୍ର ପ୍ରକଳ୍ପ ଅଧିକାରୀ, କୁମାର ନାଗଭୂଷଣ ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ, ନିର୍ବିଘ୍ନ ଭୋଇ ନିର୍ବାହୀ ଯନ୍ତ୍ରୀ, ସଂଜିବ  ତ୍ରିପାଠି ନିର୍ବାହୀଯନ୍ତ୍ରୀ କେନାଲ ବିଭାଗ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପର ସ୍ଥିତି ସମ୍ପର୍କରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ସବିଶେଷ ସୂଚନା ଦେଇଥିଲେ । ଦିର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ହେବ ପ୍ରକଳ୍ପ ସମ୍ପୁର୍ଣ୍ଣ ହେଉ ନ ଥିବାରୁ ଧିରେ ଧିରେ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ କ୍ଷତିଗ୍ରସ୍ତ ତଥା ବିସ୍ଥାପିତ ଲୋକଙ୍କୁ ଏକକାଳିନ ତାଙ୍କର କ୍ଷତିପୂରଣ ରାଶି ପ୍ରଦାନ କରି ଶିଘ୍ର ସେମାନଙ୍କୁ ବିସ୍ଥାପନ କରିବାର ବ୍ୟବସ୍ଥା କରନ୍ତୁ ବୋଲି ଉପସ୍ଥିତ ଅଧିକାରୀମାନଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ବିସ୍ଥାପିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଜମି ତଥା ସେ ଅଂଚଳରେ ଦରକାର ହେଉଥିବାର ରାସ୍ତା ଘାଟ, ଶିକ୍ଷା ପାଇଁ ସ୍କୁଲ, ବିଜୁଳି, ପିଇବା ପାଣିର ବ୍ୟବସ୍ଥା ହୋଇ ନାହିଁ କିନ୍ତୁ ବିଗତ ଦିନ ମାନଙ୍କରେ  ପ୍ରକଳ୍ପ ଅଧିକାରୀମାନଙ୍କ ଠାରୁ ଦିଆଯାଇଥିବା ରିପୋର୍ଟ ମାନଙ୍କରେ ସମସ୍ତ ବ୍ୟବସ୍ଥା ସୂଚାରୁ ରୂପେ ହୋଇଥିବା ଦର୍ଶାଯାଇଥିଲା । କ୍ଷେତ୍ର ପରିଦର୍ଶନ ସମୟରେ ସେ ରିପୋର୍ଟ ମିଥ୍ୟା ପ୍ରମାଣିତ ହେବାରୁ ଶ୍ରୀ ମିଶ୍ର ସେ ସବୁ ମୌଳିକ ସମସ୍ୟା ଶୀଘ୍ର ସମାଧାନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ବେଳେ ପରିବାର ପିଛା କ୍ଷତିପୂରଣ, ଫଳ ପ୍ରଦାନକାରୀ ବୃକ୍ଷର କ୍ଷତିପୂରଣ, ଆଂଶିକ ବୁଡିଯାଉଥିବା ଗାଁର ଲୋକଙ୍କ ସମସ୍ୟା ଓ କ୍ଷତିପୂରଣ ତଥା ଜମି ସମ୍ବନ୍ଧୀୟ ସିଲିଂ ଜମି ଓ ଝାଙ୍କିରି ଜମିର କ୍ଷତିପୂରଣ ସମୟରେ  ଅଧିକାରୀମାନେ ବିଶେଷ ଯତ୍ନବାନ ହୋଇ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଆଲୋକ ସମୟରେ ଶ୍ରୀ ମିଶ୍ର କହିଥିଲେ । କାରଣ ଝାଙ୍କିରି ଜମିର କ୍ଷତିପୂରଣ ପ୍ରଦାନ ପ୍ରଦାନକୁ ନେଇ ଆଇନକୁ ତର୍ଜମା କଲେ ତାର ବିଭିନ୍ନ ଦିଗ ବାହାରିପାରେ । ସେଥିରୁ ଝାଙ୍କିରି ଜମି ଦଖଲରେ ଥିବା ଲୋକ ଯେପରି ତାର କ୍ଷତିପୂରଣ ରାଶି ପାଇ ପାରିବ ସେ ଦିଗରେ ଅଧିକାରୀମାନେ କାମ କରିବା ଉଚିତ ବୋଲି ଶ୍ରୀ ମିଶ୍ର ନିଜ ନିଷ୍ପତ୍ତି ଶୁଣାଇଥିଲେ । ପ୍ରକଳ୍ପ ଦ୍ୱାରା ଆଂଶିକ କ୍ଷତିଗ୍ରସ୍ତ ହେଉଥିବା ଚୁଡାପାଲି, ଢୁଲୁସର, ବାରପୁଡୁଗିଆ ଓ ବରପିଟା ଗ୍ରାମର ଲୋକେ ଯେପରି ପ୍ରକଳ୍ପ ଦ୍ୱାରା ଦିଆଯାଉଥିବା କ୍ଷତିପୂରଣ ଠିକ ହିସାବରେ ପାଇ ପାରିବେ ସେ ଉପରେ ଆଲୋଚନା ହୋଇଥିଲା । ଠିକ୍ ସେହିପରି ସାନତେଲନପାଲି, ବଡ ତେଲେନପାଲି, ଗର୍ଜନ, କୋଟମୁଣ୍ଡ, କଏଣ୍ଡାପାଲି, ଖୁଣ୍ଟପାଲି ଗ୍ରାମ ବାବଦରେ ମଧ୍ୟ ସମୀକ୍ଷା ହୋଇଥିଲା । ବର୍ତ୍ତମାନ ପ୍ରକଳ୍ପ କାମ ର ଗତି କିଭଳି ଚାଲିଛି ତା ଉପରେ ମୁଖ୍ୟଯନ୍ତ୍ରୀ ସ୍ପଷ୍ଟିକରଣ ଦେଇଥିଲେ । ଡେମ କାମ ସହ ସମାନ୍ତରଣ ଭାବେ ଭୂତଳ ପାଇପ ବିଝାଯିବାର ବ୍ୟବସ୍ଥା ଥିବାରୁ କାମ ନିର୍ଦ୍ଧାରିତ ସମୟ ୨୦୨୪ ମସିହାରେ ରେ ସରିବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ କହିଥିଲେ । ବହୁ ଶିଘ୍ର ପ୍ରକଳ୍ପ କ୍ଷେତ୍ରକୁ ଶ୍ରୀ ମିଶ୍ର ପରିଦର୍ଶନରେ ଯାଇ ପ୍ରକଳ୍ପ କାମର ଅନ୍ୟ ସମସ୍ୟାମାନଙ୍କୁ ନେଇ ଆଲୋଚନା କରିବେ ବୋଲି ଜଣାଇଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like