-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
06-Apr-2021
ଟିଟିଲାଗଡ,(ପ୍ରେରଣା ଖବର) : ଟିଟିଲାଗଡ ନିକଟସ୍ଥ ସିଲେଟପଡା ଗ୍ରାମରେ ଜଣେ ଯୁବକ ବିଷପାନ କରି ଶୋଚନୀୟ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ସିଲେଟପଡା ଗ୍ରାମ ର ସୁମନ ଭୋଇ ନାମକ ଜଣେ ୨୬ ବର୍ଷୀୟ ଯୁବକ କୌଣସି କାରଣ ରୁ ବିଷ ପିଇ ଦେଇ ଗୁରୁତର ହୋଇଯାଇଥିବା ବେଳେ ତାଙ୍କୁ ପରିବାର ଲୋକେ ଏକ ବୁଲେରୋ ଗାଡି ରେ ସନ୍ଧ୍ୟା ପ୍ରାୟ ୪ ଟା ସମୟରେ ତୁରନ୍ତ ଟିଟିଲାଗଡ ସବ-ଡିଭିଜିନାଲ ସରକାରୀ ଡାକ୍ତରଖାନା କୁ ଆଣିଥିଲେ । ସେ ଡାକ୍ତରଖାନା ପହଁଚିବା ବେଳ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ପ୍ରକାଶ କରି ପୋଲିସ କୁ ସୂଚନା ଦେଇଥିଲେ । ପୋଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ ପାଇଁ ପଠେଇଥିବା ବେଳେ କେଉଁ କାରଣରୁ ସେ ବିଷ ପିଇ ଦେଇଥିଲେ ସେ ନେଇ ପରିବାର ଲୋକେ କୌଣସି ସ୍ପଷ୍ଟ ସୂଚନା ଦେଇପାରି ନାହାନ୍ତି । ଆମ ନିକଟରେ ପାରିବାର ଲୋକେ ଗତ ପାଞ୍ଚ ବର୍ଷ ତଳେ ସେ ବିବାହ କରିଥିବା ଜଣାଇଛନ୍ତି ।