-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ଦେଶ ବିଦେଶ

ଆସନ୍ତାକାଲିଠୁ ବଦଳିବ ଏହିସବୁ ନିୟମ

31-Mar-2021



ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) : ଯଦି କୌଣସି ଅନ୍‌ଲାଇନ୍‌ ପ୍ଲାଟଫର୍ମ କିମ୍ବା ଅଟୋ ଡେବିଟ୍‌ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟରୁ ପଇସା କଟୁଛି, ତାହେଲେ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧ରୁ ଏ ସମ୍ପର୍କିତ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ଆପଣଙ୍କ ଜାଣିବା ନିହାତି ଜରୁରୀ। ଏଣିକି ଏସବୁ ନେଣଦେଣ ପାଇଁ ଗ୍ରାହକଙ୍କ ପାଖକୁ ମେସେଜ ଆସିବ। ଆଉ ମେସେଜକୁ OK କଲେ ହିଁ ଟ୍ରାଞ୍ଜାକ୍ସନ ହୋଇପାରିବ। ଏଥିସହ ଏପ୍ରିଲ ୧ରୁ ଆୟକର ଦାଖଲ ନିୟମରେ ବି କିଛି ପରିବର୍ତ୍ତନ ହେବାକୁ ଯାଉଛି।

ଓଟିଟି ପ୍ଲାଟ୍‌‌ଫର୍ମର ସବ୍‌ସ୍କ୍ରିପସନ୍ ହେଉ କିମ୍ବା ମୋବାଇଲ ଫୋନ୍‌ ଜରିଆରେ କରାଯାଉଥିବା ମାସିକ ରିଚାର୍ଜ ପାଇଁ ଅଟୋ-ଡେବିଟ୍ ପେମେଣ୍ଟ କରୁଛନ୍ତି, ତା’ହେଲେ ଏପ୍ରିଲ ୧ରୁ ଏହାର ପେମେଣ୍ଟ୍ ପାଇଁ ପ୍ରକ୍ରିୟା ବଦଳିଯିବ। ନୂଆ ନିୟମ ଅନୁସାରେ, ଆକାଉଣ୍ଟରୁ ଟଙ୍କା କଟିବା ପୂର୍ବରୁ ଆପଣଙ୍କ ପାଖକୁ ଏକ ମେସେଜ ଆସିବ। ବ୍ୟାଙ୍କ, କିମ୍ବା କାର୍ଡ ସେବା ପ୍ରଦାନକାରୀ ସଂସ୍ଥା ଗ୍ରାହକଙ୍କୁ ପେମେଣ୍ଟ୍ କଟିବାର ନିର୍ଦ୍ଦିଷ୍ଟ ସମୟ ସୀମା ପୂର୍ବରୁ ଏକ ମେସେଜ ପଠାଇବେ। ଗ୍ରାହକ ପେମେଣ୍ଟ୍‌ ପାଇଁ ଅନୁମତି ଦେବା ପରେ ହିଁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବ। ୫ ହଜାର ଟଙ୍କାରୁ ଅଧିକ ପେମେଣ୍ଟ୍ ପାଇଁ, ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କୁ ଓଟିପି ପଠାଇବା ବାଧ୍ୟତାମୂଳକ ବୋଲି ନୂତନ ନିୟମରେ ଉଲ୍ଲେଖ ରହିଛି।

ସେହିଭଳି ୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପାସ୍‌ବୁକ୍‌ ଓ ଚେକ୍‌ବୁକ୍‌ ମଧ୍ୟ ଏପ୍ରିଲ ପହିଲାରୁ ଅକାମି ହୋଇଯିବ। କାରଣ ଏସବୁ ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ ହୋଇଯାଇଛି। ଏହି ବ୍ୟାଙ୍କ ଗୁଡିକ ହେଲା- Dena Bank, Vijaya Bank, Corporation Bank, Andhra Bank, Oriental Bank of Commerce, United Bank of India ଓ Allahabad Bank।

ସେହିଭଳି ଆୟକର ନିୟମରେ ବି ସରକାର ଆଣିଥିବା କିଛି ପରିବର୍ତ୍ତନ ଏପ୍ରିଲ ୧ରୁ ଲାଗୁ ହେବ। ନୂଆ ନିୟମ ଅନୁସାରେ, କର୍ମଚାରୀଙ୍କ ସୁବିଧା ତଥା ଆୟକର ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏପ୍ରିଲ୧ରୁ ପ୍ରି-ଫିଲଡ୍ ITR ଫର୍ମ ଯୋଗାଇ ଦିଆଯିବ। ଫଳରେ ITR ଫାଇଲ୍ କରିବା ସହଜ ହୋଇପାରିବ। ସେହିପରି ଏପ୍ରିଲ ୧ରୁ ୭୫ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ITR ଫାଇଲ୍‌ କରିବାକୁ ପଡ଼ିବ ନାହିଁ। ପେନ୍‌ସନ୍ ଉପରେ ନିର୍ଭରଶୀଳ ବରିଷ୍ଠ ନାଗରିକମାନଙ୍କୁ ଏହି ରିହାତି ଦିଆଯାଇଛି।

ସେପଟେ ITR ଦାଖଲ ନ କରୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର TDS ନିୟମକୁ କଡ଼ାକଡ଼ି କରିଛନ୍ତି। ଯଦି ଆପଣ ITR ଫାଇଲ୍ କରୁ ନାହାନ୍ତି ତେବେ ଦୁଇ ଗୁଣା ପର୍ଯ୍ୟନ୍ତ TDS ଦେବାକୁ ପଡ଼ିପାରେ। ଏପ୍ରିଲ ୧ରୁ ଲାଗୁ ଅନ୍ୟ ଏକ ଆୟକର ନିୟମ ଅନୁଯାୟୀ, ବାର୍ଷିକ ୫ ଲକ୍ଷରୁ ଅଧିକ ଆୟ କରୁଥିବା କର୍ମଚାରୀଙ୍କ PF ଅବଦାନ ଉପରେ ସୁଧ ଟିକସଯୁକ୍ତ ହେବ। ପରିବର୍ତ୍ତିତ ଇପିଏଫ ନିୟମରେ ବର୍ଷକୁ ଅଢେଇ ଲକ୍ଷରୁ ଅଧିକ ପ୍ରୋଭିଡେଣ୍ଟ ଫଣ୍ଡ ଅବଦାନ ଉପରେ ମିଳୁଥିବା ସୁଧ ଉପରେ ଏଣିକି ଆୟକର ସଂଗ୍ରହ କରାଯିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like