-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
30-Mar-2021
ଭୁବନେଶ୍ବର(ପ୍ରେରଣା ଖବର ବ୍ୟୁରୋ) : ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହେବାରେ ଲାଗିଛି । ଏହାରି ମଧ୍ୟରେ ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି । ୩୦ ଜଣିଆ ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି । ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢଙ୍ଗୀଙ୍କ ନାଁ ସାମିଲ ରହିଛି । ଏହା ସହ ଡି ପୁରନ୍ଦେଶ୍ୱରୀ, ସମୀର ମହାନ୍ତି, ବୈଜୟନ୍ତ ପଣ୍ଡା, ଜୁଏଲ ଓରାମ, ସମ୍ବିତ ପାତ୍ର, ପ୍ରଦୀପ୍ତ ନାଏକ, କେଭି ସିଂହଦେଓ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବିଜୟ ମହାପାତ୍ର, ବିଷ୍ଣୁ ସେଠୀ, ଅପରାଜିତା ଷଢଙ୍ଗୀ, ଲେଖାଶ୍ରୀ ସାମନ୍ତ ସିଂହାର, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ ଓ ଶ୍ରୀତମ ଦାସ, ତାଲିକାରେ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ବରିଷ୍ଠ ନେତା କେଭି, ପୃଥୀରାଜ, ଗୋଲକ, ପ୍ରକାଶ ମିଶ୍ର ଆଦି ବରିଷ୍ଠ ନେତା ସାମିଲ ହୋଇଛନ୍ତି ।