-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
27-Mar-2021
ଜି.ଉଦୟଗିରି (ପ୍ରେରଣା ଖବର) ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍ । ଜି.ଉଦୟଗିରି କଳିଙ୍ଗା ଘାଟି ନିକଟରେ ପିକ୍ଅପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାଫଳରେ କି ୫ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଜି.ଉଦୟଗିରି କଳିଙ୍ଗା ଘାଟି ନିକଟରେ ଏକ ମାଲ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିଟି ୨୦ ଫୁଟ ତଳକୁ ଖସିଯାଇଛି । ଏହି ଦୁର୍ଘଟଣାରେ ୫ଜଣ ଗୁରୁତର ହୋଇଛନ୍ତି ।
ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।