-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
17-Oct-2020
ବଲାଙ୍ଗିର, ୧୭.୧୦ : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଡେଙ୍ଗରେ ଜୁନିୟର ରେଡକ୍ରସ ତରଫରୁ ଦିବ୍ୟାଙ୍ଗ ତଥା ଶିକ୍ଷଣ ଦୁର୍ବଳ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣ ସମଗ୍ରୀ ବଣ୍ଟନ କରାଯାଇଛି । ପ୍ରତ୍ୟେକ ଶିକ୍ଷାର୍ଥୀମାନଙ୍କର ସାମାଜିକ ଦୂରତା ବଜାୟ ରଖି ଶିକ୍ଷଣ ସମ୍ବନ୍ଧୀୟ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ ଯାହା ପାଖରେ ମୋବାଇନ ନାହିଁ ସେମାନେ ଅନ୍ୟ ସାଙ୍ଗ ସହିତ କଥାବର୍ତ୍ତା ହୋଇ ଶିକ୍ଷଣ କାର୍ଯ୍ୟରେ ଅବହେଳା ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରଥମରେ ମାକ୍ସ ବଣ୍ଟନ ସହ ଦିବ୍ୟାଂଗ ତଥା ଶିକ୍ଷଣରେ ଦୁର୍ବଳ ଥିବା ଶିକ୍ଷାର୍ଥୀମାନଙ୍କୁ ଅଭ୍ୟାସ ପୁସ୍ତିକ, ବର୍ଣ୍ଣବୋଧ, ଇଂରାଜୀ ଶିକ୍ଷା, କଲମ, ଡଟ, ପେନସିଲ, ରବର, କଟର, ରଙ୍ଗତୁଳି ପ୍ରଭୃତି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେର, ଶିକ୍ଷକ ସୁଦର୍ଶନ ଦାଶ ହିମାଂଶୁ ଶେଖର ବିଶ୍ୱାଲ, ବ୍ରଜ ମୋହନ ମାଝି, ପ୍ରକାଶ ପ୍ରଧାନ, ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନସିଲର ତଥା କାର୍ଯ୍ୟକ୍ରମର ସଂଯୋଜକ ରାମ ନାରାୟଣ ଦାଶ ଅଂଶଗ୍ରହଣ କରିଥିଲେ ।