-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Mar-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା) ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଉଲୁଣ୍ଡା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅନଲାଇନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ କଲେଜର ସମସ୍ତ କର୍ମଚାରୀ ତଥା ବ୍ୟକ୍ତିବିଶେଷ ଯୋଗଦେଇ ସିଧାପ୍ରସାରଣ ଦେଖିବାର ସୁଯୋଗ ପାଇଥିଲେ । ଏହି ଅବସରରେ ଅଧ୍ୟକ୍ଷ ଡ.ଦେବାଶିଷ ପାଣ୍ଡିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧକ୍ଷ ରମାକାନ୍ତ ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ବକ୍ତା ଭାବରେ ଶିକ୍ଷାବିତ ଧର୍ମ ନିରଞ୍ଜନ ପଣ୍ଡା ଯୋଗଦେଇ ମୋକଲେଜ ଅଭିଯାନର ସଫଳ କାମନା କରିଥିଲେ । ମୋ କଲେଜର ଅଭିଯାନର ସଂଯୋଜକ ମନୋଜ ମିଶ୍ର ସ୍ୱାଗତ ଭାଷଣ ତଥା ମଂଚ ପରିଚାଲନା କରିଥିଲେ ।