-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Mar-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା)- ସୋନପୁର –ସମ୍ବଲପୁର ମୁଖ୍ୟ ରାସ୍ତାର ବଡମାଲ ଛକ ଠାରେ ଥିବା ଯାତ୍ରୀ ବିଶ୍ରାମା ଗାର ପୋତି ହୋଗଲାଣି । ଫଳରେ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରକାଶ ଯେ ଏହି ରାସ୍ତା ଦେଇ ପ୍ରତ୍ୟହ ଶହ ଶହ ଯାନବାହନ ଚଲାଚଲ କରିଥାଏ । ଏହି ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବା ବେଳେ ଯାତ୍ରୀ ମାନେ ସମ୍ବଲପୁର, ଝାରସୁଗୁଡା, ବରଗଡ, ବିନିକା, ଡୁଙ୍ଗୁରିପାଲି ଜିବା ପାଇଁ ଉକ୍ତ ଛକରେ ଅପେକ୍ଷା କରିଥାନ୍ତି । ମାତ୍ର ଯାତ୍ରୀ ବିଶ୍ରାମାଗାର ଟି ପୋତି ହୋଇଜିବା ସହ ଭାଙ୍ଗି ରୂଜି ବିପଦ ସଂକୁଳ ଅବସ୍ଥାରେ ଥିବାରୁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଫଳରେ ଯାତ୍ରୀ ମାନେ ରାସ୍ତାକଡରେ ଠିଆ ହୋଇ ବସକୁ ଅପେକ୍ଷା କରିଥିବା ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ଏହି ରାସ୍ତାଦେଇ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଜିବାଆସିବା କରୁଛନ୍ତି । ହେଲେ କାହାରୀ ଦୃଷ୍ଟି ପଡୁନଥିବାରୁ ଯାତ୍ରୀ ମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଯଥାଶିଘ୍ର ଉକ୍ତ ସ୍ଥାନରେ ନୂତନ ଯାତ୍ରୀ ବିଶ୍ରାମା ଗାର ନିର୍ମାଣ କରିବା ପାଇଁ ଦାବି ହେଉଛି ।