-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
22-Mar-2021
କୋଦଳା(ଉମା ମହାରଣା):- ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବଡ଼ଗଡ଼ ବନାଞ୍ଚଳରେ ବିଶ୍ୱ ବନ ଦିବସ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି l ଏହି ଅବସରରେ ଏକ ବିଶାଳ ରାଲି ମାଧ୍ୟମରେ ଜଙ୍ଗଲ ନିଆଁକୁ ପ୍ରତିହତ କରିବା ସକାଶେ ବନ ସାଧାରଣରେ ସଚେତନତାର ବାର୍ତ୍ତା ପ୍ରେରଣା କରାଯାଇଥିଲା l ଏହି ଅବସରରେ ବନାଞ୍ଚଳ ତରଫରୁ ବନପାଳ ଶ୍ରୀ ବଂଶୀଧର ପ୍ରଧାନ, କାହ୍ନୁଚରଣ ପ୍ରଧାନ, ସୁଶାନ୍ତ କୁମାର ବିଷୋୟୀ, ବନରକ୍ଷୀ ଶ୍ରୀ ରାଜେନ୍ଦ୍ର ଗୌଡ଼ ପ୍ରକଳ୍ପ ସଂଯୋଜକ ଶ୍ରୀ କରୁଣାକର ବାରିକ, ଶ୍ରୀ ସଂଜିତ ମହାରଣା, ଡ଼ିଇଓ ସମୀର କାନ୍ତ ପାଢ଼ୀ ଓ ସମସ୍ତ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ବନ ବିଭାଗର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଂଶସା କରାଯାଇଛି l