-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
20-Mar-2021
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)ର ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସଂଘର ସମ୍ବଲପୁର ଜିଲ୍ଲା ସଭାପତି ହିଂମାଶୁ ଶେଖର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଆଗାମୀ ୨୨ ତାରିଖ ରେଢ଼ାଖୋଲ ଠାରେ ବାଗ୍ନି ସଚେତନତା ନେଇ "ବୁଦ୍ଧିଜୀବୀ ସମାବେଶ" ଓ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ରେଢ଼ାଖୋଲ ବନଖଣ୍ଡରେ ଜଙ୍ଗଲରେ ନିଆଁକୁ ନେଇ ସଭାରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଦସ୍ୟ ମହାବୀର ସିଂହଦେଓ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଜିଲ୍ଲା ସଂପାଦକ ସରୋଜ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜ୍ୟ ସଂପାଦକ ସୁଶାନ୍ତ ମହାପାତ୍ର, ରବୀନ୍ଦ୍ର ପ୍ରଧାନ, ପ୍ରସନ୍ନ ପ୍ରଧାନ, ରାଜା ପାଲ, ଯଶୋବନ୍ତ ନାରାୟଣ ସାହୁ, ସୁଶାନ୍ତ ନାଗ, ସନ୍ତୋଷ କୁମାର ସାହୁ, ଅନିଲ ପୃଷ୍ଟି, ସଞ୍ଜିବ ପାଣିଗ୍ରାହୀ, ଦେବାଶିଷ ବେହେରା ଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।