-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
18-Mar-2021
ବେଗୁନିଆପଡା:(ଉମା ମହାରଣା): କୋଦଳା ତହସିଲ ଅନ୍ତର୍ଗତ ଏସ. ଛଚିନା ପଞ୍ଚାୟତର ବେଲପଡା ଗ୍ରାମର ମୁଖ୍ୟ ଭାଗରେ ଥିବା ଏକ ପାଳ ଗଦାରେ ନିଆଁ ଲାଗି ସେହି ଗ୍ରାମର ବୁଦ୍ଧିରାମ ଭୋଇ, ଅଶୋକ ଭୋଇ ଙ୍କ ଖଳାରେ ସଞ୍ଚିତ ଥିବା ଦଶ ଭରଣ ପାଳ ଗଦା ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଛି |କୋଦଳା ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲା |ସୂଚନା ଅନୁସାରେ ଧାନଖଳା ନିକଟରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଥିବାରୁ ତାର ତାର ମଧ୍ୟରେ ସଟ ହୋଇ ନିଆଁ ଖସିଥିବା ଅନୁମାନ କରିଛନ୍ତି ବୁଦ୍ଧିରାମ |କାରଣ ପୂର୍ବରୁ ମଧ୍ୟ ଏହି ଭଳି ସମାନ ଦୁର୍ଘଟଣା ଘଟିଥିଲା ବୋଲି କହିଛନ୍ତି ବୁଦ୍ଧିରାମ |ବିଦ୍ୟୁତ ଟ୍ରାନ୍ସଫର୍ମର ତାର ଯେଉଁ ବାଟ ଦେଇ ଯାଇଛି ସେଇ ଜାଗାରେ ବହୁ ଗଛ ତାରକୁ ସ୍ପର୍ଶ କରୁଛି | ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି |