-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
17-Mar-2021
ସମ୍ୱଲପୁର : ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ସମ୍ୱଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ ବାଙ୍କେ ପଞ୍ଚାୟତର ବାଂଡିପଡା ଛକରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ 2 ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସମସ୍ତଙ୍କୁ ପ୍ରଥମେ କୁନ୍ତରା ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ଦେବାଚ୍ଚନ ପଞ୍ଚଭାୟାଙ୍କ ମୃତ୍ୟୁ ଘଟିଥିଲା ।
ଅନ୍ୟ ଦୁଇଜଣ ଉମାଶଙ୍କର ଘଣ୍ଟୁଆଲି ଓ ଉମେଶ ମାଝୀଙ୍କୁ କୁନ୍ତରା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପରେ କୁଚିଣ୍ଡା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।